ଆଜି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ‌ କଥା ହେବେ ମୋଦି | News Room Odisha

ଆଜି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ‌ କଥା ହେବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ କଥା ହେବେ । ଫେବୃଆରୀ ୨୪ରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଫେବୃଆରୀ ୨୬ରେ ପ୍ରଧାନମନ୍ତ୍ରୀ ମୋଦି ଜେଲେନସ୍କିଙ୍କ ସହ କଥା ହୋଇଥିଲେ। ମିଳିତ ଜାତିସଂଘରେ ରୁଷ୍ ବିରୋଧରେ ଭୋଟରେ ଭାରତ ଦୂରେଇ ରହିବା ପରେ ଜେଲେନସ୍କି ଏବଂ ମୋଦିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ୟୁକ୍ରେନକୁ ଭାରତ ସମର୍ଥନ କରୁ ବୋଲି ଜେଲେନସ୍କି ଦାବି କରିଥିଲେ।

ଯୁଦ୍ଧ ଗ୍ରସ୍ତ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଅପରେସନ୍ ଗଙ୍ଗା ଆରମ୍ଭ କରିଛନ୍ତି। ଭାରତୀୟ ନାଗରିକଙ୍କ ସ୍ଥାନାନ୍ତର ପାଇଁ ଏକ ସୁରକ୍ଷିତ କରିଡର ନିଶ୍ଚିତ କରିବାକୁ ୟୁକ୍ରେନକୁ ପୂର୍ବରୁ ଭାରତ ତରଫରୁ ଅନୁରୋଧ କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ କହିଛି।

ରୁଷୋ-ୟୁକ୍ରେନ ଯୁଦ୍ଧରେ ଭାରତର ଆଭିମୁଖ୍ୟ ଗୁରୁତ୍ୱପୂର୍ଣ୍ଣ। ୟୁକ୍ରେନ ନାଗରିକଙ୍କ ସୁରକ୍ଷାକୁ ନେଇ ଭାରତର ଚିନ୍ତା ବ୍ୟକ୍ତ କରିଛି ଏବଂ ୟୁକ୍ରେନକୁ ମାନବିକ ସହାୟତା ପଠାଇଛି । କିନ୍ତୁ ମିଳିତ ଜାତିସଂଘରେ ରୁଷ ବିରୋଧରେ ହୋଇଥିବା ଭୋଗରୁ ଭାରତ ଏପର୍ଯ୍ୟନ୍ତ ଦୂରେଇ ରହିଛି। ଭାରତରୁ ରାଜନୈତିକ ସମର୍ଥନ ପାଇଁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଦାବି ଉପରେ ଭାରତ ଶାନ୍ତିପୂର୍ଣ୍ଣ ପ୍ରୟାସ ଦିଗରେ ଭାରତ କୌଣସି ଯୋଗଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଏବଂ ଯୁଦ୍ଧ ତୁରନ୍ତ ବନ୍ଦ କରିବାକୁ ନିବେଦନ କରିଥିଲେ।