କାୟା ମେଲାଉଛି ମଙ୍କିପକ୍ସ, ୨୩ଟି ଦେଶରେ ୨୫୭ଟି ମାମଲା ଚିହ୍ନଟ | News Room Odisha

କାୟା ମେଲାଉଛି ମଙ୍କିପକ୍ସ, ୨୩ଟି ଦେଶରେ ୨୫୭ଟି ମାମଲା ଚିହ୍ନଟ

ୱାଶିଂଟନ୍: କରୋନା ଭଳି ମଙ୍କିପକ୍ସ ଏବେ ଦେଶରୁ ଦେଶ ଡେଇଁବାରେ ଲାଗିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ)ର ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୨୩ଟି ଅଣ-ଆଫ୍ରିକୀୟ ଦେଶରେ ୨୫୭ଟି ମଙ୍କିପକ୍ସ ମାମଲା ରିପୋର୍ଟ ହୋଇଛି। ଆଉ କିଛି ଦେଶରେ ମଧ୍ୟ ୧୨୦ଟି ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି ।

ଡବ୍ଲୁଏଚ୍ଓ କହିଛି ଯେ ପାଞ୍ଚଟି ମଙ୍କିପକ୍ସ ପ୍ରବଣ ଆଫ୍ରିକୀୟ ଦେଶରେ ୧୩୬୫ ଟି ମାମଲା ରିପୋର୍ଟ ହୋଇଥିବା ବେଳେ ୬୯ ଜଣଙ୍କର ମୃତ୍ୟୁ ହୋଇଛି। ଡିସେମ୍ବରରୁ ମେ ମଧ୍ୟରେ ବିଭିନ୍ନ ସମୟରେ ଏହି ମାମଲା ଦେଖିବାକୁ ମିଳିଛି | ଅନ୍ୟ ଯେଉଁ ୨୩ଟି ଅଣ-ଆଫ୍ରିକୀୟ ଦେଶରେ ମଙ୍କିପକ୍ସ ମାମଲା ରିପୋର୍ଟ ହୋଇଛି, ସେଠାରେ ଏହି ରୋଗ ଜନିତ କୌଣସି ମୃତ୍ୟୁ ହୋଇନାହିଁ | ଡବ୍ଲୁଏଚ୍ଓ କହିଛି ଯେ ପଶ୍ଚିମ ଆଫ୍ରିକାରେ ଯେଉଁ ମଙ୍କିପକ୍ସ ଜନିତ ମୃତ୍ୟୁ ରେକର୍ଡ ହୋଇଛି, ସେଥିମଧ୍ୟରେ ଅଳ୍ପ ବୟସ୍କ କିମ୍ବା ଏଚ୍‌ଆଇଭି ରୋଗୀ ଅଛନ୍ତି।

କରୋନା ଭଳି ମଙ୍କିପକ୍ସ ମହାମାରୀର ରୂପ ନେବ କି? ଡବ୍ଲୁଏଚ୍ଓ କହିଛି ଯେ ବର୍ତ୍ତମାନ ଏଭଳି ବିପଦ ମଧ୍ୟମ ସ୍ତରର ।