ବିଧାନସଭା ମୌସୁମୀ ଅଧିବେଶନ ନେଇ ସର୍ବଦଳୀୟ ବୈଠକ : ଦିନକୁ ୨ଟି ପର୍ଯ୍ୟାୟରେ ସାଢେ ୪ ଘଂଟା ଗୃହକାର୍ଯ୍ୟ, କାଲିଠାରୁ ବିଧାୟକଙ୍କ କୋଭିଡ ପରୀକ୍ଷା | News Room Odisha

ବିଧାନସଭା ମୌସୁମୀ ଅଧିବେଶନ ନେଇ ସର୍ବଦଳୀୟ ବୈଠକ : ଦିନକୁ ୨ଟି ପର୍ଯ୍ୟାୟରେ ସାଢେ ୪ ଘଂଟା ଗୃହକାର୍ଯ୍ୟ, କାଲିଠାରୁ ବିଧାୟକଙ୍କ କୋଭିଡ ପରୀକ୍ଷା

ଭୁବନେଶ୍ୱର – ବିଧାନସଭାର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିବ କି ନାହିଁ ,ତାହା ଅଧିବେଶନ ଦିନ ହିଁ ନିଷ୍ପତି ନିଆଯିବ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସର୍ବଦଳୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି । ୨୯ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ପ୍ରଥମ ଦିନ ପ୍ରଥମାର୍ଧରେ ଦିବଂଗତ ବିଧାୟକଙ୍କ ପ୍ରତି ଶୋକ ପ୍ରକାଶ ପରେ ଗୃହକୁ ମୁଲତବି ରଖାଯିବ । ସେହି ଦିନ ଅପରାହ୍ନ ୩ଟାରୁ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇ ୫ଟାରେ ସରିବ । ଅନ୍ୟଦିନରେ ସାଢେ ୧୦ଟାରେ ଆରମ୍ଭ ହେବ ଗୃହକାର୍ଯ୍ୟ । ପ୍ରଥମାର୍ଧ ଦିନ ଗୋଟାଏ ଯାଏଁ ଚାଲିବ । ଦ୍ୱିତୀୟାର୍ଧ ଅପରାହ୍ନ ୩ଟାରୁ ଆରମ୍ଭ ହୋଇ ୫ଟା ଯାଏଁ ଚାଲିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି । ଆସନ୍ତାକାଲି ସକାଳ ୮ଟାରୁ ବିଧାୟକଙ୍କ କୋଭିଡ ପରୀକ୍ଷା ଆରମ୍ଭ ହେବ ।