କରୋନା କବଳରେ ସଂସଦ ଭବନ, ୪୦୦ରୁ ଊର୍ଦ୍ଧ୍ବ କର୍ମଚାରୀ ପଜିଟିଭ୍ | News Room Odisha

କରୋନା କବଳରେ ସଂସଦ ଭବନ, ୪୦୦ରୁ ଊର୍ଦ୍ଧ୍ବ କର୍ମଚାରୀ ପଜିଟିଭ୍

ନୂଆଦିଲ୍ଲୀ: ଦିଲ୍ଲୀର ସଂସଦ ଭବନ କରୋନା କବଳିତ ହୋଇଛି। ସଂସଦ ଭବନରେ ୪୦୦ ରୁ ଅଧିକ କର୍ମଚାରୀ ଏବଂ ସୁରକ୍ଷା କର୍ମୀ କରୋନା ପଜିଟିଭ୍ ଥିବା ଜଣାପଡିଛି। ଜାନୁଆରୀ ୬ ଏବଂ ୭ରେ ସଂସଦରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଇଥିଲା, ଯେଉଁଥିରେ ୪୦୦ରୁ ଅଧିକ ଲୋକଙ୍କଠାରେ କରୋନା ସଂକ୍ରମଣ ସ୍ପଷ୍ଟ ହୋଇଛି।

ଅନ୍ୟପକ୍ଷରେ ଦିଲ୍ଲୀରେ କରୋନାର ବିସ୍ଫୋରଣ ଜାରି ରହିଛି। ଶନିବାର ଦିନ ଦିଲ୍ଲୀରେ ୨୦,୧୮୧ ନୂଆ ମାମଲା ରିପୋର୍ଟ ହୋଇଛି, ଯାହା ଗତ ଆଠ ମାସ ମଧ୍ୟରେ ସର୍ବାଧିକ। ଏହାପୂର୍ବରୁ ମେ ୫ରେ ସର୍ବାଧିକ ୨୦,୯୬୦ ମାମଲା ରିପୋର୍ଟ ହୋଇଥିଲା। ନୂଆ ମାମଲା ସହ ଜାତୀୟ ରାଜଧାନୀରେ ସଂକ୍ରମିତ ସଂଖ୍ୟା ୫,୨୬,୯୭୯ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ୍ ଯୋଗୁଁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୨୫,୧୪୩ରେ ପହଞ୍ଚିଛି।