କାଲିଠାରୁ ସକାଳୁଆ ସ୍କୁଲ | News Room Odisha

କାଲିଠାରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର- ରାଜ୍ୟରେ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ସକାଳୁଆ ହେବ ସ୍କୁଲ। ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ସ୍କୁଲ ସମୟ ସକାଳ ୬ଟା ୩୦ ମିନିଟ୍‍ରୁ ୧୦ଟା ୩୦ ମିନିଟ୍‍ ପର୍ଯ୍ୟନ୍ତ ରହିଛି।ନବମରୁ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ପାଠପଢ଼ା ସମୟ ସକାଳ ୭ଟା ୩୦ ମିନିଟ୍‍ରୁ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ରଖାଯାଇଛି। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି।