ମରୋକ୍କୋ ଭୂମିକମ୍ପ ମୃତ୍ୟୁସଂଖ୍ୟା ୮୦୦ ଟପିଲା | News Room Odisha

ମରୋକ୍କୋ ଭୂମିକମ୍ପ ମୃତ୍ୟୁସଂଖ୍ୟା ୮୦୦ ଟପିଲା

ରଓ୍ବାତ୍: ମରୋକ୍କୋ ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଶୁକ୍ରବାର ରାତିରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୮୦୦ ଟପିଛି । ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି। ଭୂମିକମ୍ପର ତୀବ୍ରତା ୬.୮ ଥିଲା ଓ ଏହାର କେନ୍ଦ୍ର ଥିଲା ମାରାକେଶ ।

ଭୁଶୁଡ଼ି ପଡ଼ିଥିବା କୋଠା ଧ୍ବଂସାବଶେଷ ତଳେ ଶହ ଶହ ଲୋକ ଚାପି ହୋଇ ରହିଥିବା କୁହାଯାଉଛି। ଦେଶର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଭୂକମ୍ପ ପ୍ରଭାବିତ ପ୍ରଦେଶରେ ଅତି କମରେ ୮୨୦ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୩୦୦ଆହତ ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ଭର୍ତ୍ତି କରାଯାଇଛି ।

ଭୂକମ୍ପରେ ମରୋକ୍କୋ ଉପକୂଳବର୍ତ୍ତୀ ସହର ରଓ୍ବାତ, କାସାବ୍ଲାଙ୍କା ଏବଂ ଏସାଉଇରା ଅଧିକ ପ୍ରଭାବିତ ହୋଇଛି । ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓ ଗୁଡିକରୁ ଭୂକମ୍ପ କେତେ ଭୟଙ୍କର ଥିଲା ତାହା ଜଣାପଡ଼ୁଛି । ଭିଡିଓ ଗୁଡିକରେ ଚାରିଆଡେ ଧ୍ବଂସର ଦୃଶ୍ୟ ଦେଖିବାକୁ ମିଳୁଛି |

ଆଫ୍ରିକୀୟ ଏବଂ ୟୁରେସିଆନ୍ ପ୍ଲେଟ୍ ମଧ୍ୟରେ ଥିବା ଯୋଗୁଁ ମରୋକ୍କୋରେ ବେଳେ ବେଳେ ଏଭଳି ଶକ୍ତିଶାଳୀ ଭୂକମ୍ପର ବିପଦ ଯାଏଁ | ୨୦୦୪ରେ ଦେଶର ଅଲ ହୋସିମାରେ ଆସିଥିବା ଭୂକମ୍ପରେ ଅତି କମରେ ୬୦୦ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିଲା ।