ସଂସଦରେ ଲଜ୍ଜାଜନକ ଘଟଣା, ଅଧିବେଶନ ଚାଲିଥିବା ବେଳେ ମୋବାଇଲରେ ପର୍ଣ୍ଣ ଦେଖୁଥିଲେ ସାଂସଦ, ତଦନ୍ତ ଆରମ୍ଭ | News Room Odisha

ସଂସଦରେ ଲଜ୍ଜାଜନକ ଘଟଣା, ଅଧିବେଶନ ଚାଲିଥିବା ବେଳେ ମୋବାଇଲରେ ପର୍ଣ୍ଣ ଦେଖୁଥିଲେ ସାଂସଦ, ତଦନ୍ତ ଆରମ୍ଭ

ଲଣ୍ଡନ : ବ୍ରିଟେନ ସଂସଦରୁ ଏକ ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ କଞ୍ଜରେଭେଟିଭ୍ ପାର୍ଟିର ସାଂସଦ ସଂସଦ ଭିତରେ ତାଙ୍କ ଫୋନରେ ଅଶ୍ଳୀଳ ଫିଲ୍ମ ଦେଖୁଥିବା ଅଭିଯୋଗ ହୋଇଛି। ସେଠାରେ ଉପସ୍ଥିତ ମହିଳା ସାଂସଦମାନେ ଏହାର ବିରୋଧ କରିଥିଲେ। ରିପୋର୍ଟ ଅନୁଯାୟୀ, ଘଟଣା ପରେ ମହିଳା ସାଂସଦ ଏ ସମ୍ପର୍କରେ ଅଭିଯୋଗ କରିଥିଲେ।

କଞ୍ଜରେଭେଟିଭ୍ ପାର୍ଟିର ଜଣେ ମହିଳା ମନ୍ତ୍ରୀ ଏବଂ ଅନ୍ୟ ମହିଳା ସାଂସଦମାନେ ଏହି ଘଟଣାର ରିପୋର୍ଟ ଯାଞ୍ଚ୍ କରୁଥିବା ଦଳର ମୁଖ୍ୟ ୱିପ୍ କ୍ରିସ୍ ହେଟନ୍-ହାରିସଙ୍କୁ ଏନେଇ ନିକଟରେ ଅଭିଯୋଗ କରିଥିଲେ । ତେବେ ଅଭିଯୁକ୍ତ ସାଂସଦଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ। ଏଥିସହ ଅଭିଯୁକ୍ତ ସାଂସଦ ପୂର୍ବରୁ ମଧ୍ୟ ଏପରି ଲଜ୍ଜାଜନକ କାର୍ଯ୍ୟ କରିଥିବାର ଅଭିଯୋଗ ହୋଇଥିଲା, କିନ୍ତୁ ସେତେବେଳେ ଏହି ମାମଲାକୁ ଚପାଇ ଦିଆଯାଇଥିଲା।

ଏହି ଘଟଣାର ତଦନ୍ତ ଜାରି ରହିଛି । ଏହିପରି ଆଚରଣକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଏହି ମାମଲାର ରିପୋର୍ଟ ଆସିବା ମାତ୍ରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ଅନେକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଅଭିଯୁକ୍ତ ସାଂସଦ ଟୋରୀ ଦଳର ଅଟନ୍ତି। ଉଲ୍ଲେଖଯୋଗ୍ୟ ଯେ ଟୋରୀ ପାର୍ଟିରୁ ଅଲଗା ହେବା ପରେ ୧୮୩୪ ମସିହାରେ କଞ୍ଜରେଭେଟିଭ୍ ପାର୍ଟିର ସୃଷ୍ଟି ହୋଇଥିଲା | ଏଭଳି ପରିସ୍ଥିତିରେ ଟୋରୀ ପାର୍ଟି ବ୍ରିଟେନରେ କଞ୍ଜରେଭେଟିଭ୍ ପାର୍ଟି ଭାବରେ ମଧ୍ୟ ଜଣାଶୁଣା |