ଫୋର୍ବସ୍ ଧନୀ ତାଲିକା: ଅମ୍ବାନୀ ଏସିଆର ସବୁଠୁ ଧନୀ ବ୍ୟକ୍ତି | News Room Odisha

ଫୋର୍ବସ୍ ଧନୀ ତାଲିକା: ଅମ୍ବାନୀ ଏସିଆର ସବୁଠୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ଫୋର୍ବସ୍ ମାଗାଜିନ୍ ତରଫରୁ ୨୦୨୨ ବର୍ଷ ପାଇଁ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି | ଟେସଲା ମୁଖ୍ୟ ଏଲୋନ୍ ମସ୍କ ଏହି ତାଲିକାର ପ୍ରଥମ ସ୍ଥାନରେ ଥିବାବେଳେ ଆମାଜନ ମାଲିକ ଜେଫ୍ ବେଜୋସ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଫୋର୍ବସ୍ ଅନୁଯାୟୀ, ଏଲୋନ୍ ମସ୍କଙ୍କ ସମ୍ପତ୍ତି ୨୧୯ ବିଲିୟନ ଡ଼ଲାର୍ ହୋଇଥିବାବେଳେ ବେଜୋସଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୧୭୧ ବିଲିୟନ ଡ଼ଲାର୍ । ବିଲ ଗେଟ୍ସ ଚତୁର୍ଥ ସ୍ଥାନରେ ଏବଂ ୱାରେନ୍ ବଫେଟ୍ ଦୁନିଆର ଧନୀମାନଙ୍କ ମଧ୍ୟରେ ପଞ୍ଚମ ସ୍ଥାନରେ ଅଛନ୍ତି। ଫେସବୁକ ମାଲିକ ମାର୍କ ଜୁକରବର୍ଗ ୧୫ ନମ୍ବରରେ ଅଛନ୍ତି |

ଦୁନିଆର ଧନୀ ଲୋକଙ୍କ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ୧୦ ନମ୍ବରରେ ଏବଂ ଗୌତମ ଆଦାନୀ ୧୧ ନମ୍ବରରେ ଅଛନ୍ତି |

ଫୋର୍ବସ ଅନୁଯାୟୀ ମୁକେଶ ଅମ୍ବାନୀ ଭାରତ ତଥା ଏସିଆର ସବୁଠୁ ଧନୀ ବ୍ୟକ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୯୦.୭ ବିଲିୟନ ଡଲାର ।‌ ଅମ୍ବାନିଙ୍କ ପରେ ୯୦ ବିଲିୟନ ଡଲାରର ସମ୍ପତ୍ତି ସହିତ ଆଦାନୀ ଭାରତୀୟ ଧନୀଙ୍କ ମଧ୍ୟରେ ଦ୍ବିତୀୟ ସ୍ଥାନରେ ଅଛନ୍ତି ।