ଆଟର୍ଣ୍ଣି ଜେନେରାଲ ପଦ ସମ୍ଭାଳିବାକୁ ମନାକଲେ ମୁକୁଲ ରୋହତଗି | News Room Odisha

ଆଟର୍ଣ୍ଣି ଜେନେରାଲ ପଦ ସମ୍ଭାଳିବାକୁ ମନାକଲେ ମୁକୁଲ ରୋହତଗି

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି ଆଟର୍ଣ୍ଣି ଜେନେରାଲ୍‌ ପଦକୁ ଫେରିବା ନେଇ କେନ୍ଦ୍ରର ପ୍ରସ୍ତାବକୁ ମନା କରିଦେଇଛନ୍ତି। ବର୍ତ୍ତମାନର ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳଙ୍କ କାର୍ଯ୍ୟକାଳ ଆସନ୍ତା ୩୦ରେ ଶେଷ ହେବ |

୯୧ ବର୍ଷାୟ ବେଣୁଗୋପାଳଙ୍କ କାର୍ଯ୍ୟକାଳ ପୂର୍ବରୁ ଅନେକ ଥର ବଢ଼ାଯାଇଥିଲା । ତେବେ ବୟସାଧିକ୍ୟ ଯୋଗୁଁ ତାଙ୍କ ଅବଧି ବୃଦ୍ଧି ନ କରିବାକୁ ସେ କେନ୍ଦ୍ରକୁ ଅନୁରୋଧ କରିଥିଲେ। ଏଥିପାଇଁ ରୋହତଗିଙ୍କୁ ପୁଣିଥରେ ଏହି ପଦ ସମ୍ଭାଳିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି । ରୋହତଗି ପୂର୍ବରୁ ୨୦୧୪ ରୁ ୨୦୧୭ ଯାଏଁ ଆଟର୍ଣ୍ଣି ଜେନେରାଲ ଥିଲେ।