ଆସନ୍ତାକାଲି ସୈଫାଇରେ ହେବ ମୁଲାୟମଙ୍କ ଅନ୍ତିମ ସଂସ୍କାର, ଉତ୍ତର ପ୍ରଦେଶରେ ତିନି ଦିନିଆ ଶୋକ ଘୋଷଣା | News Room Odisha

ଆସନ୍ତାକାଲି ସୈଫାଇରେ ହେବ ମୁଲାୟମଙ୍କ ଅନ୍ତିମ ସଂସ୍କାର, ଉତ୍ତର ପ୍ରଦେଶରେ ତିନି ଦିନିଆ ଶୋକ ଘୋଷଣା

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଅନ୍ତିମ ସଂସ୍କାର ମଙ୍ଗଳବାର ତାଙ୍କ ପୈତୃକ ଗ୍ରାମ ସୈଫାଇରେ ହେବ।

ସମାଜବାଦୀ ପାର୍ଟି ଟ୍ବିଟର ହ୍ୟାଣ୍ଡଲରେ ଏହି ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି – ମୁଲାୟମ ସିଂହ ଯାଦବଙ୍କ ମୃତଦେହ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରୁ ବର୍ତ୍ତମାନ ସୈଫାଇକୁ ନିଆଯାଉଛି। ଅକ୍ଟୋବର ୧୧ରେ ଅପରାହ୍ନ ତିନିଟାରେ ସେଠାରେ ମୁଲାୟମଙ୍କ ଅନ୍ତିମ ସଂସ୍କାର କରାଯିବ ।

ମୁଲାୟମ ସିଂହ ଯାଦବଙ୍କ ଚିକିତ୍ସାଧୀନ ଅବସ୍ଥାରେ ମେଦାନ୍ତ ହସ୍ପିଟାଲରେ ଆଜି ସକାଳ ୮:୧୬ରେ ଦେହାନ୍ତ ହୋଇଛି।

ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂ ଯାଦବଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ତିନି ଦିନିଆ ଶୋକ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଟ୍ୱିଟ୍ କରି କହିଛନ୍ତି, “ମୁଲାୟମ ସିଂ ଯାଦବଙ୍କ ବିୟୋଗ ନେଇ ଉତ୍ତର ପ୍ରଦେଶ ସରକାର ତିନି ଦିନିଆ ଶୋକ ଘୋଷଣା କରିଛନ୍ତି। ତାଙ୍କର ଶେଷକୃତ୍ୟ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ସମ୍ପନ୍ନ କରାଯିବ।”

ଏହି ଶୋକାକୁଳ ସମୟରେ ସେ ମୁଲାୟମ ସିଂହ ଯାଦବଙ୍କ ପୁଅ ଅଖିଳେଶ ଯାଦବଙ୍କ ସହ ଫୋନରେ କଥା ହୋଇ ତାଙ୍କୁ ସମବେଦନା ଜଣାଇଛନ୍ତି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି ।