ଓମିକ୍ରନ୍ ଆତଙ୍କ: କାଲିଠାରୁ ମୁମ୍ବାଇରେ ଦୈନିକ ୧୨ ଘଣ୍ଟା କଟକଣା | News Room Odisha

ଓମିକ୍ରନ୍ ଆତଙ୍କ: କାଲିଠାରୁ ମୁମ୍ବାଇରେ ଦୈନିକ ୧୨ ଘଣ୍ଟା କଟକଣା

ମୁମ୍ବାଇ: ମାୟା ନଗରୀ ମୁମ୍ବାଇରେ ନୂଆବର୍ଷ ପାଳନ ଫିକା ପଡ଼ିବ । କରୋନା ମାମଲା ବଢୁଥିବାରୁ ମୁମ୍ବାଇରେ କଟକଣା ଜାନୁୟାରୀ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଶାସନ ଦ୍ବାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶ ଅନୁଯାୟୀ, ବର୍ତ୍ତମାନ ସର୍ବସାଧାରଣ ସ୍ଥାନକୁ ଯିବା ଉପରେ ପ୍ରତିବନ୍ଧକ ମଧ୍ୟ ବଳବତ୍ତର ରହିବ। ପ୍ରଶାସନ ଏହାର ଆଦେଶରେ କହିଛି ଯେ ମୁମ୍ବାଇରେ ୧୪୪ ଧାରା ଅନୁଯାୟୀ ଜାନୁୟାରୀ ୧୫ ପର୍ଯ୍ୟନ୍ତ କୋଭିଡ୍ କଟକଣା ବୃଦ୍ଧି କରାଯାଇଛି। ସନ୍ଧ୍ୟା ୫ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମୁଦ୍ର କୂଳ, ଖୋଲା ପଡ଼ିଆ, ରିସର୍ଟ, ଉଦ୍ୟାନ, ପାର୍କ ଭଳି ସର୍ବସାଧାରଣ ସ୍ଥାନକୁ ଯିବା ଉପରେ କଟକଣା ଲଗାଇଛି ।

ତୃତୀୟ ଲହରର ଭୟ ମଧ୍ୟରେ ମହାରାଷ୍ଟ୍ର ଆଉ ୧୯୮ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି | ଏହା ବ୍ୟତୀତ ମହାରାଷ୍ଟ୍ର ଗତ ୨୪ ଘଣ୍ଟା ମଧ୍ୟରେ ୫୩୬୮ ନୂଆ ମାମଲା ରିପୋର୍ଟ ହୋଇଛି, ଯାହା ପୂର୍ବ ଦିନ ତୁଳନାରେ ୩୭ ପ୍ରତିଶତ ଅଧିକ। ମୁମ୍ବାଇରେ ମଧ୍ୟ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ମୁମ୍ବାଇରେ ଗତ ୨୪ ଘଣ୍ଟାରେ ୩୬୭୧ ମାମଲା ରିପୋର୍ଟ ହୋଇଛି, ଯାହା ପୂର୍ବ ଦିନ ତୁଳନାରେ ୪୬ ପ୍ରତିଶତ ଅଧିକ |