ଯୈାନ ନିର୍ଯାତନା ଅଭିଯୋଗ : ସମନ ପରେ ଥାନରେ ହାଜର ହେଲେ ଅନୁରାଗ କଶ୍ୟପ | News Room Odisha

ଯୈାନ ନିର୍ଯାତନା ଅଭିଯୋଗ : ସମନ ପରେ ଥାନରେ ହାଜର ହେଲେ ଅନୁରାଗ କଶ୍ୟପ

ମୁମ୍ବାଇ – ଯୈାନ ନିର୍ଯାତନା ମାମଲାରେ ମୁମ୍ବାଇର ବର୍ସୋଭା ପୋଲିସ ଷ୍ଟେସନରେ ହାଜର ହୋଇଛନ୍ତି ନିର୍ମାତା-ନିର୍ଦ୍ଦେଶକ ଅନୁରାଗ କଶ୍ୟପ । ତାଙ୍କୁ ହାଜର ହେବା ପାଇଁ ଗତକାଲି ସମନ ପଠାଯାଇଥିଲା । ଅଭିନେତ୍ରୀ ପାୟଲ ଘୋଷ ଅନୁରାଗଙ୍କ ବିରୋଧରେ ଯୈାନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଅନୁରାଗ ,ପାୟଲଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଏହି ମାମଲାରେ ଫସାଯିବାକୁ ଉଦ୍ୟମ ହେଉଛି ବୋଲି କହିଛନ୍ତି ।