ଶ୍ରୀମନ୍ଦିରରେ ନନ୍ଦୋତ୍ସବ ପାଳିତ | News Room Odisha

ଶ୍ରୀମନ୍ଦିରରେ ନନ୍ଦୋତ୍ସବ ପାଳିତ

ପୁରୀ : ଶ୍ରୀମନ୍ଦିରରେ ନନ୍ଦୋତ୍ସବ ପାଳିତ ହୋଇଯାଇଛି। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ପ୍ରସ୍ତୁତ ହୋଇଥିଲା। । ମଙ୍ଗଳ ଆଳତୀ ସରିବା ପରେ ମହାଜନ ସେବକ ପ୍ରଭୁ ରାମ, କୃଷ୍ଣ ଓ ମଦନମୋହନ ଙ୍କୁ ଦକ୍ଷିଣ ଘରୁ ଆଣି ଜଗମୋହନ ଦୋଳିରେ ବିଜେ କରାଇଥିଲେ । ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ସମ୍ପର୍ଣ୍ଣ ହୋଇଥିଲା। ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ପରେ ଭଣ୍ଡାରଘରୁ ଦେବୀ ଦୁର୍ଗାଙ୍କୁ ପତି ମହାପାତ୍ର ବିଜେ କରାଇବେ । ରାମ, କୃଷ୍ଣ ଓ ମଦନମୋହନ ଦୋଳିରୁ ଓହ୍ଲାଇ ଖଟ ଉପରେ ବିଜେ ହେବେ । ସେପଟେ ଭିତରଛୁ ମହାପାତ୍ର ନନ୍ଦରାଜା ରୂପରେ ଶ୍ରୀନହରକୁ ଯାଇ ଫେରିଆସି ସ୍ନାନମଣ୍ଡପ ଉପରେ ବସିବେ । ପରେ ଭରତିଆ ଗୌଡ ପୁତ୍ର ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେବେ ।ଏହାପରେ ଶ୍ରୀରାମ, କୃଷ୍ଣ ଲଷ୍ମୀ ମନ୍ଦିର କୁ ବିଜେ କରିବେ। ସେଠାରେ ସେଠାରେ କ୍ଷୀର ଦୁହାଁ ନୀତି ସମ୍ପର୍ଣ୍ଣ କରାଯିବ। ସନ୍ଧ୍ୟାଧୂପ ପରେ ଦୁର୍ଗାଦେବୀ ଆଜ୍ଞାମାଳ ପାଇ ଗରୁଡ ନିକଟକୁ ବିଜେ କରିବେ ସେଠାରେ ଦୁର୍ଗା ଜନ୍ମୋତ୍ସଵ ପରେ ସାତ ପାହାଚ ରେ ବିଜୁଳି କନ୍ୟା ପ୍ରସ୍ତାବ ନୀତି ସମାପନ କରାଯିବ।