ଐତିହାସିକ ନିଷ୍ପତ୍ତି : ଉଚ୍ଛେଦ ହେଲା ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା, ଖୋଦ ମୁଖ୍ୟମନ୍ତ୍ରୀ କଲେ ଘୋଷଣା | News Room Odisha

ଐତିହାସିକ ନିଷ୍ପତ୍ତି : ଉଚ୍ଛେଦ ହେଲା ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା, ଖୋଦ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

୫୭ ହଜାରରୁ ଅଧିକ କର୍ମଚାରୀଙ୍କୁ ଦୀପାବଳୀ ଭେଟି

ଭୁବନେଶ୍ୱର – ରାଜ୍ୟର ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀପାବଳୀ ଭେଟି । ଏକ ଐତିହାସିକ ନିଷ୍ପତ୍ତିରେ ରାଜ୍ୟ ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଠାଇ ଦେଇଛନ୍ତି। ଆଜି ଖୋଦ୍ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏହି ଘୋଷଣା ଫଳରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ୫୭ ହଜାରରୁ ଅଧିକ ଚୁକ୍ତି ଭିତ୍ତିକ କର୍ମଚାରୀ ଆଶ୍ୱସ୍ତ ହୋଇଛନ୍ତି । ଆସନ୍ତାକାଲି ଏ ସମ୍ପର୍କିତ ବିଜ୍ଞପ୍ତି ଜାରି ହେବା ।