ଥୋମାସ କପ୍ ବିଜୟୀ ଦଳକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ | News Room Odisha

ଥୋମାସ କପ୍ ବିଜୟୀ ଦଳକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥୋମାସ କପ୍ ବିଜୟୀ ଭାରତୀୟ ବ୍ୟାଡମିଣ୍ଟନ ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି । ଆଜି ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଥୋମାସ କପ୍ ବିଜୟୀ ଭାରତୀୟ ଦଳର ପ୍ରତ୍ୟେକ ସଦସ୍ୟଙ୍କ ସହ ଜାତୀୟ ବ୍ୟାଡମିଣ୍ଟନ କୋଚ୍ ପୁଲେଲା ଗୋପୀଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ‌।

ବିଜୟୀ ଭାରତୀୟ ଦଳର ସଦସ୍ୟମାନଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଥୋମାସ କପ୍ ବିଜୟୀ ଦଳକୁ ପ୍ରଶଂସା କରି ସେମାନଙ୍କ ବିଜୟକୁ ଐତିହାସିକ ବୋଲି କହିଥିଲେ । କୋଚ୍ ଓ ଖେଳାଳିଙ୍କ ନିଷ୍ଠା ଓ ଆନ୍ତରିକତା ପାଇଁ ଏଭଳି ସଫଳତା ମିଳିଛି ।

ଅଣ୍ଡରଡଗ୍ ଭାରତ ଫାଇନାଲରେ ୧୪ ଥର ବିଜେତା ଇଣ୍ଡୋନେସିଆକୁ ୩-୦ରେ ହରାଇ ପ୍ରଥମ ଥର ସମ୍ମାନଜନକ ଥୋମାସ କପ୍ ଟାଇଟଲ୍ ଜିତିଥିଲା ।