ଦେବେନ୍ଦ୍ର ଫଡନଭିସଙ୍କୁ କୋର୍ଟ ନୋଟିସ୍ ପଠାଇଲେ ନଓ୍ବାବ ମଲିକଙ୍କ ଝିଅ | News Room Odisha

ଦେବେନ୍ଦ୍ର ଫଡନଭିସଙ୍କୁ କୋର୍ଟ ନୋଟିସ୍ ପଠାଇଲେ ନଓ୍ବାବ ମଲିକଙ୍କ ଝିଅ

ମୁମ୍ବାଇ: ମହାରାଷ୍ଟ୍ରରେ ଡ୍ରଗ୍ସ ମାମଲାର ତଦନ୍ତ ଏବେ ଏକ ଆଇନଗତ ଲଢେ଼ଇର ରୂପ ନେବାରେ ଲାଗିଛି । ଏବେ ରାଜ୍ୟ ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ନଓ୍ବାବ ମଲିକଙ୍କ ଝିଅ ନିଲୋଫର ମଲିକ୍ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ କୋର୍ଟ ନୋଟିସ୍ ପଠାଇ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି।

ଦୁଇ ଦିନ ତଳେ ଫଡନଭିସ୍ ଏକ ସାମ୍ବାଦିକ ସମ୍ମିଳନୀରେ ନିଲୋଫରଙ୍କ ସ୍ବାମୀ ତଥା ନଓ୍ବାବ ମଲିକଙ୍କ ଜ୍ବାଇଁଙ୍କ ବିରୋଧରେ ଡ୍ରଗ୍ସ କାରବାରରେ ସମ୍ପୃକ୍ତି ନେଇ ଅଭିଯୋଗ କରିଥିଲେ । ଏହାର କିଛି ଘଣ୍ଟା ପରେ ନଓ୍ବାବ ମଲିକ କହିଥିଲେ ଯେ ଅମୂଳକ ଅଭିଯୋଗ ପାଇଁ ତାଙ୍କ ଝିଅ ଫଡନଭିସଙ୍କୁ କୋର୍ଟ ନୋଟିସ୍ ପଠାଇବେ । ଏଥିପାଇଁ ଫଡନଭିସ୍ ପ୍ରସ୍ତୁତ ରୁହନ୍ତୁ ।

ଗତ କିଛି ଦିନ ଧରି ନଓ୍ବାବ ମଲିକ ଓ ଦେବେନ୍ଦ୍ର ଫଡନଭିସଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଉଭୟ ପରସ୍ପର ବିରୋଧରେ ଅଣ୍ଡରୱାର୍ଲ୍ଡ ଲିଙ୍କ୍ ଅଭିଯୋଗ କରିଛନ୍ତି ।