ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ଡ୍ରାଇଭରଙ୍କୁ ଏନସିବିର ଜେରା | News Room Odisha

ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ଡ୍ରାଇଭରଙ୍କୁ ଏନସିବିର ଜେରା

ମୁମ୍ବାଇ: ଆର୍ୟନ ଖାନ ଡ୍ରଗ୍ସ ପାର୍ଟି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ଡ୍ରାଇଭରଙ୍କୁ ସମନ୍ କରିଛି। ବର୍ତ୍ତମାନ ଏନସିବି କାର୍ଯ୍ୟାଳୟରେ କିଙ୍ଗ ଖାନଙ୍କ ଡ୍ରାଇଭରଙ୍କୁ ଜେରା କରୁଛି ଏନସିବି ।

ବର୍ତ୍ତମାନ ପର୍ଯ୍ୟନ୍ତ ଖାନ ପରିବାର କିମ୍ବା ଏହା ସହ ଜଡିତ କୌଣସି ବ୍ୟକ୍ତିଙ୍କୁ ଏହି ମାମଲାରେ ଜେରା କରାଯାଇ ନଥିଲା।
ଏହି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଏବଂ ବହୁ ହାଇ ପ୍ରୋଫାଇଲ୍ ବ୍ୟକ୍ତିତ୍ୱ ଗିରଫ ହୋଇସାରିଛନ୍ତି। ଆର୍ୟନ ଖାନଙ୍କ ସମେତ ଗିରଫ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନକୁ ଏନସିବି ବିରୋଧ କରିଛି। ଶୁକ୍ରବାର କୋର୍ଟ ଆର୍ୟନ ଖାନ୍ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କ ଶୁକ୍ରବାର ଜାମିନ ଆବେଦନ ନାମଞ୍ଜୁର କରିଦେଇଥିଲେ । ଜାମିନ ପାଇଁ ଆର୍ଯ୍ୟନ୍ ଖାନ୍ ଆଜି ସେସନ୍ସ କୋର୍ଟରେ ଆବେଦନ କରିପାରନ୍ତି ।