ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏର ଆସନ ବୁଝାମଣା ଚୂଡାନ୍ତ, ଜେଡିୟୁ ୧୨୨ ଓ ବିଜେପି ୧୨୧ଟି ଆସନରେ ଲଢିବ | News Room Odisha

ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏର ଆସନ ବୁଝାମଣା ଚୂଡାନ୍ତ, ଜେଡିୟୁ ୧୨୨ ଓ ବିଜେପି ୧୨୧ଟି ଆସନରେ ଲଢିବ

ପାଟନା- ବିହାର ନିର୍ବାଚନ ପାଇଁ ଏନଡିଏ ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତ ହୋଇଛି । ୨୪୩ ଆସନରୁ ଜେଡିୟୁ ୧୧୫ଟି ଆସନରେ ଲଢିବ । ଜେଡିୟୁ ନିଜ କୋଟାରୁ ଜିତନ ରାମ ମାଂଝିଙ୍କ ହିନ୍ଦୁସ୍ଥାନୀ ଆୱାମ ମୋର୍ଚ୍ଚାକୁ -ଏଚଏମମକୁ ୭ଟି ଆସନ ଛାଡିଦେଇଛି । ବିଜେପି ୧୨୧ ଆସନରେ ଲଢିବ । ବିଜେପି ନିଜ କୋଟାରୁ ମୁକେଶ ସାହାଣୀଙ୍କ ବିକାଶଶୀଳ ଇନସାନ ପାର୍ଟି-ବିଆଇପିକୁ କିଛି ଆସନ ଦେବ ବୋଲି ନିଷ୍ପତି ହୋଇଛି । ପାଟନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ ବୁଝାମଣା ବିଷୟ ଘୋଷଣା କରିଥିଲେ । ଏଥର ଏଲଜେପି ରାଜ୍ୟରେ ଜେଡିୟୁ ସହ ମିଶି ନିର୍ବାଚନ ନ ଲଢିବାକୁ ଘୋଷଣା କରିଥିଲା । କିନ୍ତୁ ଜେଡିୟୁ ସ୍ପଷ୍ଟ କରିଛି ଯେ, ନୀତୀଶଙ୍କ ନେତୃତ୍ୱକୁ ସ୍ୱୀକାର କରୁ ନ ଥିବା ଦଳକୁ ଏନଡିଏରେ ଗ୍ରହଣ କରାଯିବ ନାହିଁ ।

Bihar assembly electionsBJPJD(U)