ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ Z+ କାଟେଗୋରି ସୁରକ୍ଷା | News Room Odisha

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ Z+ କାଟେଗୋରି ସୁରକ୍ଷା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଦ୍ବାରା ୨୪ ଘଣ୍ଟିଆ Z + କାଟେଗୋରି ସୁରକ୍ଷା ଯୋଗାଇ ଦେଇଛନ୍ତି।

ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଶାର ଆଦିବାସୀ ନେତ୍ରୀ ତଥା ​ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ବିଜେପି ନେତୃତ୍ଵାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ର ପ୍ରାର୍ଥୀ ହେବେ। ମଙ୍ଗଳବାର ଦଳର ସଭାପତି ଜେପି ନଡ୍ଡା ବିଜେପିର ସର୍ବୋଚ୍ଚ ନୀତି ନିର୍ଣ୍ଣୟକାରୀ ସଂସଦୀୟ ବୋର୍ଡର ବୈଠକ ପରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମୁର୍ମୁଙ୍କ ନାମ ଘୋଷଣା କରିଥିଲେ। ଯଦିଓ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ୨୦ ଜଣଙ୍କ ନାମ ଉପରେ ବିଚାର କରାଯାଇଥିଲା, ଶେଷରେ ମୁର୍ମୁଙ୍କ ନାଁରେ ମୋହର ଲାଗିଥିଲା ।