ହଲିଉଡ୍ ଫିଲ୍ମ 'ବ୍ଲାକ୍ ପାନ୍ଥର୍: ୱାକଣ୍ଡା ଫରଏଭର୍' ପ୍ରମୋରେ ନୀରଜ ଚୋପ୍ରା | News Room Odisha

ହଲିଉଡ୍ ଫିଲ୍ମ ‘ବ୍ଲାକ୍ ପାନ୍ଥର୍: ୱାକଣ୍ଡା ଫରଏଭର୍’ ପ୍ରମୋରେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ଷ୍ଟାର୍ ଆଥଲେଟ୍ ନୀରଜ ଚୋପ୍ରାଙ୍କୁ ଏବେ ହଲିଉଡ୍ ମାର୍ବଲ ଷ୍ଟୁଡିଓର ସୁପରହିରୋ ଫିଲ୍ମ ‘ବ୍ଲାକ୍ ପାନ୍ଥର୍: ୱାକଣ୍ଡା ଫରଏଭର୍’ ରେ ଦେଖିବାକୁ ମିଳିବ।

ମାର୍ବଲ ଇଣ୍ଡିଆର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଏକ ପ୍ରୋମୋ ଭିଡିଓ ସେୟାର କରିଛି । ଏଥିରେ ନୀରଜ ଚୋପ୍ରାଙ୍କୁ ୱାକାଣ୍ଡା ଯୁଦ୍ଧର ଏକ ଅଂଶ ଭାବେ ପ୍ରଦର୍ଶିତ କରାଯାଇଛି ।

ନିଜ ଇନଷ୍ଟାଗ୍ରାମରେ ପ୍ରୋମୋ ଭିଡିଓ ସେୟାର କରି ନୀରଜ ଚୋପ୍ରା ଲେଖିଛନ୍ତି, “ଖେଳ ହେଉ କି ଯୁଦ୍ଧ, ଯାହାର ଲକ୍ଷ୍ୟ କେବେ ବିଚ୍ୟୁତ ହୁଏନି, ସେ ହିଁ ବିଜୟୀ ହୁଏ । କେବେ ଦେଶ ପାଇଁ, ଆଉ କେବେ ନିଜ ପାଇଁ। ଏଥର ମୁଁ ବ୍ଲାକ୍ ପାନ୍ଥର୍ ପାଇଁ ଜାଭେଲିନ୍ ଉଠାଉଛି । ”

ଫିଲ୍ମ ‘ବ୍ଲାକ୍ ପାନ୍ଥର୍: ୱାକଣ୍ଡା ଫରଏଭର୍ ‘ ନଭେମ୍ବର ୧୧, ୨୦୨୨ ରେ ରିଲିଜ୍ ହେଉଛି।

ଏହା ପୂର୍ବରୁ ଏହି ଫିଲ୍ମର ପ୍ରିକ୍ବେଲ୍ ତଥା ପ୍ରଥମ ଭାଗ ‘ବ୍ଲାକ୍ ପାନ୍ଥର୍’ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା | ଏହି ଫିଲ୍ମରେ ୱାକଣ୍ଡା ନାମକ ଏକ କାଳ୍ପନିକ ଆଫ୍ରିକୀୟ ଦେଶ ପ୍ରଦର୍ଶିତ ହୋଇଛି ଯେଉଁଥିରେ ଅଭିନେତା ଚାଡୱିକ୍ ବୋସମାନ ଏହି ଦେଶର ଅପରାଧ ବିରୋଧୀ ଶାସକ ହୋଇଥିଲେ। ଏହା ପୃଥିବୀର ସବୁଠାରୁ ଆଧୁନି ଦେଶ ଭାବେ ଦେଖାଯାଇଥିଲା।

‘ବ୍ଲାକ୍ ପାନ୍ଥର୍’ ରେ ଓସ୍କାର ବିଜେତା ଲୁପିତା ନିଓଙ୍ଗୋ, ମାଇକେଲ୍ ବି ଜୋର୍ଡାନ୍ ଏବଂ ଡାନିଏଲ୍ କାଲୁୟା ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ‘ ଦି ହବିଟ୍’ ଫେମ୍ ମାର୍ଟିନ୍ ଫ୍ରିମ୍ୟାନ୍ ମଧ୍ୟ ସିଆଇଏ ଏଜେଣ୍ଟ ଏଭରେଟ୍ ରସ୍ ଭୂମିକାରେ ଅଭିନୟ କରିଥିଲେ।