ଶସ୍ତା ହେଲା ନେଟଫ୍ଲିକ୍ସ ଇଣ୍ଡିଆର ସବସ୍କ୍ରିପସନ୍ ପ୍ଲାନ୍, କେତେ କମିଲା ଜାଣନ୍ତୁ | News Room Odisha

ଶସ୍ତା ହେଲା ନେଟଫ୍ଲିକ୍ସ ଇଣ୍ଡିଆର ସବସ୍କ୍ରିପସନ୍ ପ୍ଲାନ୍, କେତେ କମିଲା ଜାଣନ୍ତୁ

ନୂଆଦିଲ୍ଲୀ: ନେଟଫ୍ଲିକ୍ସ ଇଣ୍ଡିଆ ଏହାର ସବସ୍କ୍ରିପସନ୍ ପ୍ଲାନ୍ ମୂଲ୍ୟ ହ୍ରାସ କରିଛି। କମ୍ପାନୀ ଏହାର ସମସ୍ତ ପ୍ଲାନ୍ ମୂଲ୍ୟ କମାଇଛି । ବର୍ତ୍ତମାନ ଆପଣ ନେଟଫ୍ଲିକ୍ସର ମାସିକିଆ ମୋବାଇଲ୍ ପ୍ଲାନ୍ ମାତ୍ର ୧୪୯ ଟଙ୍କାରେ ପାଇବେ । ଏହି ପ୍ଲାନର ମୂଲ୍ୟ ୧୯୯ ଟଙ୍କା ଥିଲା | ଏଥିସହିତ ନେଟଫ୍ଲିକ୍ସ ବେସିକ୍ ପ୍ଲାନର ମୂଲ୍ୟ ୩୦୦ ରୁ ୧୯୯ ଟଙ୍କାକୁ ହ୍ରାସ କରାଯାଇଛି। କମ୍ପାନୀ ନୂତନ ପ୍ଲାନ୍ ଗୁଡ଼ିକର ନାମ ‘ହାପି ନ୍ୟୁ ପ୍ରାଇସ୍’ ରଖିଛି | ନୂଆ ଦର ଆଜିଠାରୁ (ଡିସେମ୍ବର ୧୪) ଲାଗୁ ହୋଇଛି |

ଅନ୍ୟପକ୍ଷରେ ଆମାଜନ ପ୍ରାଇମ୍ ଏହାର ସବସ୍କ୍ରିପସନ୍ ରେଟ୍ ମହଙ୍ଗା ହୋଇଛି | ପ୍ରାଇମ୍ ସବସ୍କ୍ରିପସନ୍ ପ୍ଲାନ୍ ଗୁଡ଼ିକର ମୂଲ୍ୟ ୫୦ ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି କମ୍ପାନୀ। ବର୍ତ୍ତମାନ ୟୁଜର୍ସଙ୍କୁ ନୂଆ ୱେବ୍ ସିରିଜ୍ ଏବଂ ଫିଲ୍ମ ଦେଖିବା ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ |