କୋରୋନାର ନୂଆ ଷ୍ଟ୍ରେନ ନେଇ ସତର୍କ ରହିବାକୁ ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ବିନାନୁମତିରେ ହେଡକ୍ୱାର୍ଟର ଛାଡିବେ ନାହିଁ କର୍ମଚାରୀ | News Room Odisha

କୋରୋନାର ନୂଆ ଷ୍ଟ୍ରେନ ନେଇ ସତର୍କ ରହିବାକୁ ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ବିନାନୁମତିରେ ହେଡକ୍ୱାର୍ଟର ଛାଡିବେ ନାହିଁ କର୍ମଚାରୀ

ଛତ୍ରପୁର- ବ୍ରିଟେନରେ କୋରୋନାର ଏକ ନୂଆ ଷ୍ଟ୍ରେନ୍ ନେଇ ସାରା ଭାରତରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ରାଜ୍ୟ ସରକାର ମଧ୍ୟ ଏ ଦିଗରେ ସାବଧାନତା ଅବଲମ୍ବନ କରିବାକୁ କହିଛନ୍ତି । ବ୍ରିଟେନ ଫେରନ୍ତାଙ୍କ ଉପରେ ନଜର ରଖିବା ପାଇଁ କୁହାଯାଇଛି । ଏ ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲାର ସବୁ ଉପଜିଲ୍ଲାପାଳ ଓ ସବଡିଭିଜନାଲ ମାଜଷ୍ଟ୍ରେଟଙ୍କ ନିଜ ନିଜ ଅଂଚଳରେ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ନୂଆ ଲକ୍ଷଣ ଦେଖାଦେଲେ ବିହିତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସେମାନଙ୍କୁ କହିଛନ୍ତି । ନୂଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଧାର୍ମିକସ୍ଥଳୀଗୁଡିକ ଜାନୁଆରୀ ପ୍ରଥମ ସପ୍ତାହରୁ ଖୋଲିବା ବାବଦରେ ନିଷ୍ପତ୍ତି ନେବା ପାଇଁ ଉପଜିଲ୍ଲାପାଳମାନଙ୍କୁ କହିଛନ୍ତି ଜିଲ୍ଲାପାଳ । ସପ୍ତାହାନ୍ତ ଛୁଟିରେ ପିକନିକ ଭଳି କାର୍ଯ୍ୟକ୍ରମରେ ଭିଡ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶଦେବା ସହ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାରୀ କର୍ମଚାରୀଙ୍କୁ ବିନାନୁମତିରେ ହେଡ କ୍ୱାର୍ଟର ନ ଛାଡିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Asks Govt Employees Not to Leave HeadquartersGanjam Admin Restricts Public CongregationGanjam AdministrationGanjam Collector Vijay Amruta KulangeNew COVID-19 Strain