ସୁନା କିଣାବିକା ପାଇଁ ବଦଳିଲା ନିୟମ, ଏପ୍ରିଲ ପହିଲାରୁ ଲାଗୁ ହେବ ନୂଆ ହଲମାର୍କିଂ | News Room Odisha

ସୁନା କିଣାବିକା ପାଇଁ ବଦଳିଲା ନିୟମ, ଏପ୍ରିଲ ପହିଲାରୁ ଲାଗୁ ହେବ ନୂଆ ହଲମାର୍କିଂ

ନୂଆଦିଲ୍ଲୀ: ସୁନା ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମାର୍ଚ୍ଚ ୩୦ ପରେ ଯଦି ଆପଣ ସୁନା କିମ୍ବା ସୁନା ଅଳଙ୍କାର କିଣିବାକୁ ଯାଆନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ |

ସୁନା ଓ ସୁନା ଅଳଙ୍କାର କ୍ରୟ-ବିକ୍ରୟ ପାଇଁ କେନ୍ଦ୍ର ସରକାର ନୂଆ ନିୟମ ଆଣିଛନ୍ତି। ଏପ୍ରିଲ ୧ ପରେ ସୁନା ପାଇଁ ନୂଆ ହଲମାର୍କ ଲାଗୁ ହେବ | କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ଏହି ସୂଚନା ଦେଇଛି ।

ମନ୍ତ୍ରଣାଳୟ କହିଛି ଯେ ‘୪ ଅଙ୍କ ଏବଂ ୬ ଅଙ୍କ ବିଶିଷ୍ଟ ହଲମାର୍କିଂକୁ ନେଇ ଗ୍ରାହକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦୂର କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। ନୂତନ ନିୟମ ଅନୁଯାୟୀ, ଏପ୍ରିଲ୍ ୧ ରୁ କେବଳ ଛଅ ଅଙ୍କ ବିଶିଷ୍ଟ ଆଲଫା ନ୍ୟୁମେରିକ୍ ହଲମାର୍କିଂ ବୈଧ ହେବ | ଏହି ନୂଆ ହଲମାର୍କିଂ ବିନା ସୁନା ଓ ସୁନା ଅଳଙ୍କାର ବିକ୍ରି ହୋଇପାରିବ ନାହିଁ | ଏହାଛଡ଼ା ଚାରି ଅଙ୍କ ବିଶିଷ୍ଟ ହଲମାର୍କିଂ ସଂପୂର୍ଣ୍ଣ ବନ୍ଦ ହୋଇଯିବ |

ସୁନାର ଶୁଦ୍ଧତା ଚିହ୍ନଟ ପାଇଁ ହଲମାର୍କିଂ ବ୍ୟବହାର କରାଯାଏ | ଏହି ନିୟମ ଇଚ୍ଛାଧୀନ ଭାବ ୧୬ ଜୁନ୍ ୨୦୨୧ ପର୍ଯ୍ୟନ୍ତ ଲାଗୁ ଥିଲା। ସୂଚନାଯୋଗ୍ୟ ଅନେକ ହଲମାର୍କ ୟୁନିକ୍ ଆଇଡି (HUID) ନମ୍ବର ଅଳଙ୍କାର ଚିହ୍ନଟ ପାଇଁ ବ୍ୟବହୃତ ହୁଏ | HUID ନମ୍ବର ହେଉଛି ଏକ ଛଅ ଅଙ୍କ ବିଶିଷ୍ଟ ଆଲଫା ନ୍ୟୁମେରିକ୍ କୋଡ୍ ଯାହା ସାହାଯ୍ୟରେ ଗ୍ରାହକ ଅଳଙ୍କାର ସମ୍ବନ୍ଧୀୟ ସମସ୍ତ ସୂଚନା ପାଇଥା’ନ୍ତି | ଏହାଛଡ଼ା ଅଳଙ୍କାର ବେପାରୀଙ୍କୁ ବିଏସ୍ ପୋର୍ଟାଲରେ ଏହି ସବୁ ସୂଚନା ଅପଲୋଡ୍ କରିବାକୁ ପଡ଼ିଥାଏ |