ବ୍ୟାଙ୍କିଂ ଠାରୁ ଗ୍ୟାସ୍ ସିଲିଣ୍ଡର ବୁକିଂ ଓ ହ୍ବାଟସଆପ୍, ଆଜିଠାରୁ ଲାଗୁ ହେବ ନୂଆ ନିୟମ, ଜାଣନ୍ତୁ କଣ ସବୁ ପରିବର୍ତ୍ତନ ହେବ.. | News Room Odisha

ବ୍ୟାଙ୍କିଂ ଠାରୁ ଗ୍ୟାସ୍ ସିଲିଣ୍ଡର ବୁକିଂ ଓ ହ୍ବାଟସଆପ୍, ଆଜିଠାରୁ ଲାଗୁ ହେବ ନୂଆ ନିୟମ, ଜାଣନ୍ତୁ କଣ ସବୁ ପରିବର୍ତ୍ତନ ହେବ..

ନୂଆଦିଲ୍ଲୀ: ଦରଦାମ୍ ବୃଦ୍ଧି ମଧ୍ୟରେ ଆଜିଠାରୁ ତଥା ନଭେମ୍ବର ୧ରୁ ବିଭିନ୍ନ କ୍ଷେତ୍ରରେ କିଛି ପରିବର୍ତ୍ତନ ହେବାକୁ ଯାଉଛି । ବ୍ୟାଙ୍କିଂ ଠାରୁ ଆରମ୍ଭ କରି ଏଲପିଜି ସିଲିଣ୍ଡର ବୁକିଂ ଏବଂ ଟ୍ରେନ୍ ଚଳାଚଳ ସମୟରେ ହେବାକୁ ଥିବା ପରିବର୍ତ୍ତନ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇପାରେ | ଆସନ୍ତୁ ଜାଣିବା ନଭେମ୍ବର ୧ରୁ ବିଭିନ୍ନ କ୍ଷେତ୍ରରେ ହେବାକୁ ଥିବା ଏହି ସବୁ ପରିବର୍ତ୍ତନ ସମ୍ପର୍କରେ ..

ବ୍ୟାଙ୍କରେ ଟଙ୍କା ଜମା ଓ ଉଠାଇବା ପାଇଁ ଲାଗିବ ଚାର୍ଜ:

ଆଜିଠାରୁ ବ୍ୟାଙ୍କିଙ୍ଗ୍ ନିୟମରେ ଅନେକ ପରିବର୍ତ୍ତନ ଘଟିବାକୁ ଯାଉଛି | ବର୍ତ୍ତମାନ ଯେକୌଣସି ଆକାଉଣ୍ଟଧାରୀଙ୍କୁ ବ୍ୟାଙ୍କରେ ଜମା ଏବଂ ଟଙ୍କା ଉଠାଇବା ପାଇଁ ଦେୟ ଦେବାକୁ ପଡିବ | ପ୍ରଥମେ ବ୍ୟାଙ୍କ ଅଫ୍ ବରୋଦା(ବିଓବି) ଏହି ପରିବର୍ତ୍ତନ ଲାଗୁ କରିଛି। ନୂଆ ନିୟମ ଅନୁଯାୟୀ, ନଭେମ୍ବର ଠାରୁ ନିର୍ଦ୍ଧାରିତ ସୀମାରୁ ଅଧିକ ବ୍ୟାଙ୍କିଂ ପାଇଁ ଲୋକଙ୍କୁ ପୃଥକ୍ ଶୁଳ୍କ ଆଦାୟ କରାଯିବ। ଏହା ବ୍ୟତୀତ ନଭେମ୍ବର ୧ ରୁ ଗ୍ରାହକଙ୍କୁ ଲୋନ୍ ଆକାଉଣ୍ଟ ପାଇଁ ୧୫୦ ଟଙ୍କା ଦେବାକୁ ପଡିବ |

ନୂଆ ନିୟମ ଅନୁଯାୟୀ, ସେଭିଂ ଆକାଉଣ୍ଟରେ ତିନିଥର ଟଙ୍କା ଜମା କରିବା ମାଗଣା ହେବ, କିନ୍ତୁ ଯଦି ଆକାଉଣ୍ଟଧାରୀ ଏକ ମାସ ମଧ୍ୟରେ ତିନିଥରରୁ ଅଧିକ ଟଙ୍କା ଜମା କରନ୍ତି, ତେବେ ତାଙ୍କୁ ୪୦ ଟଙ୍କା ଚାର୍ଜ ଦେବାକୁ ପଡିବ। ତେବେ ଜନ ଧନ ଆକାଉଣ୍ଟଧାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ। ସେମାନଙ୍କୁ ତିନିଥରରୁ ଅଧିକ ଟଙ୍କା ଜମା କରିବା ପାଇଁ କୌଣସିଣସି ଶୁଳ୍କ ଦେବାକୁ ପଡିବ ନାହିଁ, ବରଂ ସେମାନଙ୍କୁ ଟଙ୍କା ଉଠାଇବା ପାଇଁ ୧୦୦ ଟଙ୍କା ଦେବାକୁ ପଡିବ |

ପେନସନଭୋଗୀଙ୍କ ପାଇଁ ଏସବିଆଇ ଆରମ୍ଭ କରିବ
ସ୍ୱତନ୍ତ୍ର ସୁବିଧା :

ଏସବିଆଇ ନିଜ ଗ୍ରାହକଙ୍କ ପାଇଁ ନଭେମ୍ବର ୧ରୁ ଏକ ନୂଆ ସୁବିଧା ଉପଲବ୍ଧ କରାଇବ | ଏହା ଦ୍ବାରା ପେନସନଭୋଗୀଙ୍କୁ ଜୀବନ ପ୍ରମାଣପତ୍ର( ଲାଇଫ୍ ସାର୍ଟିଫିକେଟ୍) ଦାଖଲ କରିବାକୁ ବ୍ୟାଙ୍କ ଯିବାକୁ ପଡିବ ନାହିଁ | ବ୍ୟାଙ୍କ ଟ୍ୱିଟରରେ ଦେଇଥିବା ସୂଚନା ଅନୁଯାୟୀ, ଯେକୌଣସି ପେନସନଭୋଗୀ ନଭେମ୍ବର ୧ରୁ ଭିଡିଓ କଲ ମାଧ୍ୟମରେ ତାଙ୍କ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ।

ଦୀପାବଳି ଏବଂ ଛଠ୍ ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍:

ଦୀପାବଳି ଏବଂ ଛଠ୍ ପୂଜା ଯୋଗୁଁ ବହୁ ସଂଖ୍ୟକ ଲୋକ ସହରରୁ ନିଜ ଗ୍ରାମକୁ ଫେରିଥାନ୍ତି | ଯେଉଁଥିପାଇଁ ଟ୍ରେନ ଗୁଡ଼ିକରେ ସାଧାରଣତଃ ଭିଡ଼ ବଢିଥାଏ | ଏହାକୁ ଦୃଷ୍ଟିରେ ରଖି ନଭେମ୍ବର ୧ ତାରିଖରୁ ଭାରତୀୟ ରେଳବାଇ ଛଠ୍ ଏବଂ ଦୀପାବଳିରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି।

ଏହି ଫୋନ୍ ଗୁଡ଼ିକରେରେ ହ୍ବାଟସଆପ୍ ବନ୍ଦ ହୋଇଯିବ:

ନଭେମ୍ବର ପହିଲାରୁ ଅନେକ ଫୋନରେ ହ୍ବାଟସଆପ୍ ବନ୍ଦ ହୋଇଯିବ। ଏହାର ମୁଖ୍ୟ କାରଣ ହେଲା କିଛି ନିର୍ଦ୍ଦିଷ୍ଟ ଫୋନ୍ ରେ ଆଉ ହ୍ବାଟସଆପ୍ ସପୋର୍ଟ କରିବ ନାହିଁ । ଆମେ ଆପଣଙ୍କୁ କହିବୁ ଯେ ନଭେମ୍ବର ୧, ୨୦୨୧ରୁ ହ୍ବାଟସଆପ୍ କେବଳ ସେହି ସ୍ମାର୍ଟଫୋନରେ କାମ କରିବ ଯହିଁରେ ଆଣ୍ଡ୍ରଏଡ୍ ୪.୧ (କିମ୍ବା ଏହାଠୁ ଅଧିକ), ଆଇଓଏସ୍ ୧୦ (କିମ୍ବା ଏହାଠୁ ଅଧିକ), KaiOS ୨.୫.୦ (କିମ୍ବା ଅଧିକ) ଅପରେଟିଂ ସିଷ୍ଟମ ଥିବ |

ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ଓଟିପି ଜରୁରୀ:

ନଭେମ୍ବର ୧ରୁ ଏଲପିଜି ସିଲିଣ୍ଡର ବୁକିଂ ପାଇଁ ଓଟିପି ଆବଶ୍ୟକ ହେବ | ଯେବେ ଆପଣ ନିଜ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଏଲପିଜି ସିଲିଣ୍ଡର ବୁକ୍ କରିବେ, ଆପଣଙ୍କୁ ଏକ ଓଟିପି ଆସିବ | ସିଲିଣ୍ଡର ବିତରଣ ସମୟରେ ଆପଣଙ୍କୁ ସେହି ଓଟିପି କହିବାକୁ ପଡ଼ିବ |

ଟ୍ରେନର ସମୟ ମଧ୍ୟରେ ପରିବର୍ତ୍ତନ ହେବ:

ନଭେମ୍ବର ୧ରୁ ରେଳବାଇ ଟ୍ରେନର ସମୟ ପରିବର୍ତ୍ତନ କରିବାକୁ ଯାଉଛି। ନଭେମ୍ବର ୧ରୁ ରାଜସ୍ଥାନ ଡିଭିଜନରେ ୧୦୦ ଟି ଟ୍ରେନର ସମୟ ବଦଳିବ | ସୂଚନା ଅନୁଯାୟୀ, ଆଗାମୀ ସମୟରେ ଆହୁରି ଅନେକ ଟ୍ରେନର ସମୟରେ ପରିବର୍ତ୍ତନ ହୋଇପାରେ।