ବେଜିଂ: ଚୀନର ଉହାନରୁ ଉତ୍ପତ୍ତି କରୋନା ଭାଇରସ୍ ବିଶ୍ବରେ ମୃତ୍ୟର ତାଣ୍ଡବ ରଚିଥିଲା । ବିଶ୍ବ ଏହି ମହାମାରୀରୁ ଏ ଯାଏଁ ସମ୍ପୂର୍ଣ୍ଣ ମୁକୁଳିନଥିବା ବେଳେ ଚୀନରେ ପୁଣି ଏକ ଘାତକ ଭାଇରସ୍ ମିଳିଛି । ଶାନ୍ଙ୍ଗ୍ ଏବଂ ହେନାନ
ପ୍ରଦେଶରେ ‘ଲାଙ୍ଗ୍ୟା ହେନିପାଭାଇରସ୍ ବା ‘ଲେଭି’ର ଚିହ୍ନଟ ହୋଇଛି । ଏହି ଭାଇରସରେ ଏପର୍ଯ୍ୟନ୍ତ ୩୫ ଜଣ ସଂକ୍ରମିତ ହୋଇଛନ୍ତି। ତାଇୱାନ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ (ଟିସିଡିସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଲାଙ୍ଖ୍ୟା ଭୂତାଣୁ ସଂକ୍ରମଣ ଆଶଙ୍କା ଥିବାରୁ ତାଇୱାନ ଏହି ଭାଇରସକୁ ଚିହ୍ନଟ ପାଇଁ ନ୍ୟୁକ୍ଲିକ ଏସିଡ୍ ଟେଷ୍ଟି ଆରମ୍ଭ କରିଛି। ଲାଙ୍ଗା ଭାଇରସ୍ ଯୋଗୁ ଯକୃତ(ଲିଭର)ଏବଂ କିଡ୍ନୀ ଅଧିକ ପ୍ରଭାବିତ ହେବା ଏପରିକି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେବାର ଆଶଙ୍କା ରହିଛି। ଏହା ପ୍ରାଣୀଙ୍କଠାରୁ ମଣିଷକୁ ସଂକ୍ରମିତ ହୋଇପାରିବ।
ସେରୋଲଜିକାଲ ସର୍ଭେ ଅନୁସାରେ ଏ ଯାଏ ୨% ଛେଳି, ୫% କୁକୁର ଓ ଅନ୍ୟ ପ୍ରାଣୀ ଏଥୁରେ ଆକ୍ରାନ୍ତ ହୋଇଛନ୍ତି।
ଓତେବେ ମଣିଷରୁ ମଣିଷକୁ ସଂକ୍ରମିତ ହେବା ମାମଲା ଚିହ୍ନଟ ହୋଇନାହିଁ।
‘ଲାଙ୍ଖ୍ୟା ହେନିପାଭାଇରସ୍ ଆକ୍ରାନ୍ତଙ୍କଠାରେ ଜ୍ୱର, ହାଲିଆ ଲାଗିବା, କଫ, ଭୋକ ମରିଯିବା, ମାଂସପେଶୀରେ ଯନ୍ତ୍ରଣା, ବାନ୍ତି, ମୁଣ୍ଡବିନ୍ଧା ଆଦି ଲକ୍ଷଣ ଦେଖାଯାଉଛି। ଏଥିସହ ସେମାନଙ୍କଶ୍ୱେତ ରକ୍ତ କଣିକା ଓ ପ୍ଲେଟଲେଟ୍ ହ୍ରାସ ପାଇବା ସହ ବୃକକ୍ ଏବଂ ଯକୃତ କାମ ନ କରିବା ଆଦି ସମସ୍ୟା ଉପୁଜୁଛି।