ନାଗାଲାଣ୍ଡ ମାମଲାରେ ନିଜଆଡୁ ହସ୍ତକ୍ଷେପ କଲେ ମାନବାଧିକାର କମିଶନ, କେନ୍ଦ୍ର, ରାଜ୍ୟ ସରକାରଙ୍କୁ ନୋଟିସ୍ | News Room Odisha

ନାଗାଲାଣ୍ଡ ମାମଲାରେ ନିଜଆଡୁ ହସ୍ତକ୍ଷେପ କଲେ ମାନବାଧିକାର କମିଶନ, କେନ୍ଦ୍ର, ରାଜ୍ୟ ସରକାରଙ୍କୁ ନୋଟିସ୍

ନୂଆଦିଲ୍ଲୀ: ନାଗାଲାଣ୍ଡର ସୋମ ଜିଲ୍ଲାରେ ଆତଙ୍କବାଦୀ ବିରୋଧରେ ସୁରକ୍ଷା ବାହିନୀ ଦ୍ୱାରା ଅପରେସନ ସମୟରେ ୧୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟଣା ନେଇ ସମଗ୍ର ଉତ୍ତର ପୂର୍ବ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାରେ ଏବେ ଜାତୀୟ ମାନବାଧିକାର କମିଶନ ନିଜଆଡୁ ହସ୍ତକ୍ଷେପ କରିଛନ୍ତି। ଛଅ ସପ୍ତାହ ମଧ୍ୟରେ ଏହି ପ୍ରସଙ୍ଗରେ ବିସ୍ତୃତ ରିପୋର୍ଟ ଦେବାକୁ କମିଶନ କେନ୍ଦ୍ର ପ୍ରତିରକ୍ଷା ସଚିବ, କେନ୍ଦ୍ର ଗୃହ ସଚିବ, ମୁଖ୍ୟ ସଚିବ ତଥା ନାଗାଲାଣ୍ଡ ପୋଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ୍ ଜାରି କରିଛନ୍ତି।

ଶନିବାର ଦିନ ସେନା ଯବାନମାନେ କୋଇଲା ଖଣି ଶ୍ରମିକଙ୍କୁ ବିଦ୍ରୋହୀ ବୋଲି ଭାବି ଗୁଳି ଚଳାଇଥିଲେ। ଏହି ଘଟଣାରେ ୧୪ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାର ବିରୋଧରେ ଉତ୍ତ୍ୟକ୍ତ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ସେନା ଶିବିର ଉପରେ ଆକ୍ରମଣ କରିଥିଲେ। ଏଥି ସହିତ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆସିଥିବା ଦୁଇଟି ସୁରକ୍ଷା ଯାନରେ ମଧ୍ୟ ସେମାନେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ଜଣେ ସୈନିକଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।