ଦାଉଦ୍ ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଗିରଫ କଲା ଏନଆଇଏ | News Room Odisha

ଦାଉଦ୍ ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଗିରଫ କଲା ଏନଆଇଏ

ମୁମ୍ବାଇ: ଦାଉଦ୍ ଇବ୍ରାହିମ ଗ୍ୟାଙ୍ଗ ବିରୋଧରେ ଆରମ୍ଭ ହୋଇଥିବା କାର୍ଯ୍ୟାନୁଷ୍ଠାନ କ୍ରମେ ଜାତୀୟ ଅନୁସନ୍ଧାନ ସଂସ୍ଥା (ଏନଆଇଏ) ଡି-କମ୍ପାନୀର ଦୁଇ ସଦସ୍ୟଙ୍କୁ ଗିରଫ କରିଛି। ଗିରଫ ଦୁଇ ବ୍ୟକ୍ତି ଛୋଟା ଶକିଲର ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଛି। ଗିରଫ ସଦସ୍ୟ ହେଲେ ଆରିଫ ଆବୁବକର ଶେଖ୍ ଏବଂ ଶବୀର ଆବୁବକର ଶେଖ ବୋଲି ଜଣାପଡିଛି। ଏନଆଇଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗିରଫ ସଦସ୍ୟମାନେ ଡି-କମ୍ପାନୀର ବେଆଇନ କାର୍ଯ୍ୟକଳାପ ଚଳାଉଛନ୍ତି। ମୁମ୍ବାଇର ପଶ୍ଚିମ ଭାଗରେ ଏକ ଦୁହେଁ ଆତଙ୍କବାଦୀ ସଂଗଠନ ଗୁଡିକୁ ମଧ୍ୟ ଆର୍ଥିକ ସହାୟତା କରୁଥିବା ଅଭିଯୋଗ ହୋଇଛି |

ଅଧିକାରୀଙ୍କ କହିବାନୁସାରେ, ଗିରଫ ଅଭିଯୁକ୍ତଙ୍କୁ ଶୁକ୍ରବାର ଏନଆଇଏର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇପାରିବ। କିଛି ଦିନ ତଳେ ଏନଆଇଏ ମୁମ୍ବାଇରେ ଡି-କମ୍ପାନୀର ୨୪ଟି ସ୍ଥାନ ଉପରେ ଚଢାଉ କରିଥିଲା।