ମାଲେରେ ଭୟଙ୍କର ଅଗ୍ନିକାଣ୍ଡ, ୯ ଭାରତୀୟଙ୍କ ସହ ୧୦ ମୃତ | News Room Odisha

ମାଲେରେ ଭୟଙ୍କର ଅଗ୍ନିକାଣ୍ଡ, ୯ ଭାରତୀୟଙ୍କ ସହ ୧୦ ମୃତ

ମାଲେ: ମାଳଦ୍ୱୀପର ରାଜଧାନୀ ମାଲେରେ ଗୁରୁବାର ଏକ ବିଦେଶୀ ଶ୍ରମିକମାନେ ରହୁଥିବା ଏକ କୋଠାରେ ଅଗ୍ନିକାଣ୍ଡ ଘଟି ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୯ ଜଣ ଭାରତୀୟ ଅଛନ୍ତି ।

ଜଣେ ଅଧିକାରୀ କହିଛନ୍ତି ଯେ ଅଗ୍ନିକାଣ୍ଡରେ ନଷ୍ଟ ହୋଇଥିବା କୋଠାର ଉପର ମହଲାରୁ ୧୦ ଟି ମୃତଦେହ ଉଦ୍ଧାର କରାଯାଇଛି । ତଳ ମହଲାର ଏକ ଯାନ ମରାମତି ଗ୍ୟାରେଜରୁ ନିଆଁ ଉପର ମହଲାକୁ ବ୍ୟାପି ଯାଇଥିଲା । ଅଗ୍ନିଶମ ବିଭାଗର ଜଣେ ଅଧିକାରୀ ୧୦ ମୃତଦେହ ଉଦ୍ଧାର କରାଯାଇଥିବା ସ୍ପଷ୍ଟ କରିଛନ୍ତି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଏହାକୁ ଆୟତ୍ତ କରିବାକୁ ପ୍ରାୟ ଚାରି ଘଣ୍ଟା ସମୟ ଲାଗିଥିଲା। ଜଣେ ସୁରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ ମୃତକଙ୍କ ମଧ୍ୟରେ ୯ ଜଣ ଭାରତୀୟ ଏବଂ ଜଣେ ବାଂଲାଦେଶୀ ନାଗରିକ ଅଛନ୍ତି। ମାଲଦ୍ୱୀପରେ ଭାରତର ରାଷ୍ଟ୍ରଦୂତ ଏକ ଟୁଇଟ୍ କରି ସହାୟତା ପାଇଁ ଏକ ଫୋନ୍ ନମ୍ବର ଜାରି କରିଛନ୍ତି ।

ବିଦେଶୀ ଶ୍ରମିକ ମାଳଦ୍ୱୀପ ରାଜନୀତିରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି । ସେମାନେ ୨୫୦,୦୦୦ ପୁରୁଷ ଜନସଂଖ୍ୟାର ପ୍ରାୟ ଅଧା ଅଂଶ ବୋଲି ମନେ କରାଯାଏ । ମାଳଦ୍ବୀପରେ କାମ କରୁଥିବା ବିଦେଶୀ ଶ୍ରମିକଙ୍କ ମଧ୍ୟରୁ ଅଧିକାଂଶ ବାଂଲାଦେଶ, ଭାରତ, ନେପାଳ, ପାକିସ୍ତାନ ଏବଂ ଶ୍ରୀଲଙ୍କାରୁ ଆସିଛନ୍ତି।