ଖାଇକୁ ଖସିଲା ଶ୍ରଦ୍ଧାଳୁଙ୍କ ଜିପ୍, ୯ ମୃତ | News Room Odisha

ଖାଇକୁ ଖସିଲା ଶ୍ରଦ୍ଧାଳୁଙ୍କ ଜିପ୍, ୯ ମୃତ

ଡେରାଡୁନ୍: ଉତ୍ତରାଖଣ୍ଡର ପିଥୈ।ରଗଡରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଜିପ୍ ଖାଇକୁ ଖସିପଡ଼ିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜିପ୍‌ରେ ମୋଟ ୧୧ ଜଣ ଲୋକ ଥିଲେ। ଏମାନେ ମୁନ୍ସିୟାରି ବ୍ଲକରେ ଥିବା ହୋକରା ମନ୍ଦିରକୁ ଯାଉଥିଲେ ବୋଲି କୁହାଯାଇଛି । ତେବେ ହୋକରା ନିକଟରେ ଜିପ୍ ରାସ୍ତାରୁ ଓଲଟି ପଡି ରାମଗଙ୍ଗା ନଦୀରେ ଖସିପଡିଥିଲା। ଏହି ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିମାନେ ବାଗଶ୍ୱର ତହସିଲର କପକୋଟ, ଶାମା ଏବଂ ଭନାର ବୋଲି କୁହାଯାଉଛି।

ଦୁର୍ଘଟଣା ସ୍ଥଳ ଦୁର୍ଗମ୍ୟ ହୋଇଥିବାରୁ ଉଦ୍ଧାରକାରୀ ଦଳକୁ ମଧ୍ୟ ଏଠାରେ ପହଞ୍ଚିବା ପାଇଁ ବହୁ ସଂଘର୍ଷ କରିବାକୁ ପଡିଥିଲା। ଏହି ଜିପ୍ ପ୍ରାୟ ୬୦୦ ମିଟର ଗଭୀର ଖାଇରେ ଖସିପଡ଼ିଥିଲା ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗତକାଲି ରାତିରେ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଯେଉଁ କାରଣରୁ ରାସ୍ତା ଧସିଯାଇଥିଲା | ଯେଉଁଠାରେ ରାସ୍ତା ଧସିଥିଲା ସେହି ସ୍ଥାନରେ ଏହି ବଡ଼ ଦୁର୍ଘଟଣା ଘଟିଛି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ସହଯୋଗ କରୁଛନ୍ତି ।