ପିଏନବି ଠକେଇ: ନିରବ ମୋଦୀଙ୍କ ସହଯୋଗୀଙ୍କୁ ଇଜିପ୍ଟରୁ ଭାରତ ଅଣାଗଲା | News Room Odisha

ପିଏନବି ଠକେଇ: ନିରବ ମୋଦୀଙ୍କ ସହଯୋଗୀଙ୍କୁ ଇଜିପ୍ଟରୁ ଭାରତ ଅଣାଗଲା

ମୁମ୍ବାଇ: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ସିବିଆଇ ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ଜଣେ ସହଯୋଗୀ ସୁଭାଷ ଶଙ୍କର ପରବଙ୍କୁ ଇଜିପ୍ଟରୁ ଭାରତ ଆଣିଛି ।

ନିରବ ମୋଦିଙ୍କ ୭,୦୦୦ କୋଟି ଟଙ୍କା ପିଏନବି ବ୍ୟାଙ୍କ ଠକେଇ ମାମଲାରେ ସୁଭାଷ ଶଙ୍କର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ।

ସିବିଆଇ ଅଧିକାରୀଙ୍କ ସୂଚନା ଅନୁଯାୟୀ ପରବ ଫାୟାରଷ୍ଟାର ଡାଇମଣ୍ଡ କମ୍ପାନୀରେ ଡେପୁଟି ଜେନେରାଲ ମ୍ୟାନେଜର (ଫାଇନାନ୍ସ) ଥିଲେ।

ଅଧିକାରୀ କହିଛନ୍ତି ଯେ ଇଜିପ୍ଟର ରାଜଧାନୀ କାଇରୋରେ ଲୁଚି ରହିଥିବା ପରବଙ୍କୁ ମଙ୍ଗଳବାର ସକାଳେ ମୁମ୍ବାଇ ଆଣାଯାଇଛି।

ଅଧିକାରୀଙ୍କ କହିବାନୁସାରେ, ଏହି ଠକେଇ ମାମଲା ସାମ୍ନାକୁ ଆସିବା ପରେ ନିରବ ମୋଦୀ ଏବଂ ତାଙ୍କ ସମ୍ପର୍କୀୟ ମେହୁଲ ଚୋକସି ଦେଶ ଛାଡ଼ି ପଳାଇଥିଲେ ।