ପୋଲକୁ ଧକ୍କା ଦେଲା ଷ୍ଟିମର, ଅଳ୍ପକେ ବର୍ତ୍ତିଲେ ନୀତୀଶ କୁମାର | News Room Odisha

ପୋଲକୁ ଧକ୍କା ଦେଲା ଷ୍ଟିମର, ଅଳ୍ପକେ ବର୍ତ୍ତିଲେ ନୀତୀଶ କୁମାର

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଶନିବାର ଗଙ୍ଗା ନଦୀରେ ତାଙ୍କ ଷ୍ଟିମର ହଠାତ୍ ଜେପି ସେତୁର ଏକ ସ୍ତମ୍ଭକୁ ଧକ୍କା ଦେଇଥିଲା। ତେବେ ନୀତୀଶ କୁମାର ଓ ତାଙ୍କ ସହ ଥିବା ଅନ୍ୟ ଅଧିକାରୀଙ୍କ କିଛି କ୍ଷତି ହୋଇନଥିଲା । ପରେ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଏକ ଷ୍ଟିମର ଦ୍ୱାରା ନଦୀ କୂଳକୁ ଅଣାଯାଇଥିଲା।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଙ୍ଗା ନଦୀରେ ଷ୍ଟିମର ଦ୍ବାରା ଛଠ୍ ଘାଟ ଯାଞ୍ଚ୍ ପାଇଁ ଯାଉଥିଲେ। ଏହି ସମୟରେ ଜେପି ସେତୁ ପାର ହେଉଥିବାବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତାଙ୍କ ଷ୍ଟିମର ବ୍ରିଜର ଏକ ସ୍ତମ୍ଭକୁ ଧକ୍କା ଦେଇଥିଲା। ସୌଭାଗ୍ୟ ବଶତଃ ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ସହ ଅନ୍ୟମାନେ ଏହି ଦୁର୍ଘଟଣାରୁ ସୁରକ୍ଷିତ ବର୍ତ୍ତି ଯାଇଥିଲେ |

ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଜଳ ସମ୍ପଦ ମନ୍ତ୍ରୀ ସଞ୍ଜୟ ଝାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଷ୍ଟିମରରେ ଉପସ୍ଥିତ ଥିଲେ। ଘଟଣାର ସମସ୍ତ ଲୋକ ସୁରକ୍ଷିତ ଥିବା କୁହାଯାଇଛି।