ଅଷ୍ଟମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର, ତେଜସ୍ୱୀ ଉପମୁଖ୍ୟମନ୍ତ୍ରୀ | News Room Odisha

ଅଷ୍ଟମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର, ତେଜସ୍ୱୀ ଉପମୁଖ୍ୟମନ୍ତ୍ରୀ

ପାଟଣା: ନୀତୀଶ କୁମାର ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆରଜେଡି ନେତା ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଏହି ଅବସରରେ ତେଜସ୍ଵୀଙ୍କ ମା’ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀ ଏବଂ ଦଶରଥ ମାଞ୍ଝି ସମେତ ବିହାରର ଅନେକ ବଡ଼ ନେତା ଉପସ୍ଥିତ ଥିଲେ। ବିଜେପିର‌ ହାତ ଛାଡ଼ିବା ପରେ ନେତା ନୀତୀଶ କୁମାର ୭ଟି ଦଳକୁ ନେଇ ‘ମହାମେଣ୍ଟ’ ସହ ଯିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହାପୂର୍ବରୁ ନୀତୀଶ କୁମାର ମଙ୍ଗଳବାର ବିଜେପି ସହ ସମ୍ପର୍କ ଚ୍ଛିନ୍ନ କରିବା ପରେ ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଭେଟି ଇସ୍ତଫା ଦେଇଥିଲେ । ଏହାପରେ ପୁଣି ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସହ ମିଶି ରାଜଭବନ ଯାଇଥିଲେ ଏବଂ ୧୬୪ ବିଧାୟକଙ୍କ ତାଲିକା ଦେଇ ନୂଆ ମହାମେଣ୍ଟ ସରକାର ଗଠନ ପାଇଁ ଦାବି ଜଣାଇଥିଲେ ।