ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ : ଏନଡିଏର ଜେଡିୟୁ ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ ପାଇଁ ନବୀନଙ୍କ ସହ କଥା ହେଲେ ନୀତୀଶ | News Room Odisha

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ : ଏନଡିଏର ଜେଡିୟୁ ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ ପାଇଁ ନବୀନଙ୍କ ସହ କଥା ହେଲେ ନୀତୀଶ

ଭୁବନେଶ୍ୱର –ସେପଟେମ୍ବର ୧୪ରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ହିଁ ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ ନିର୍ବାଚନ ହେବ । ଜେଡିୟୁର ରାଜ୍ୟସଭା ସାଂସଦ ହରିବଂଶ ନାରାୟଣ ସିଂହ ଏନଡିଏ ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି ।

ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହରିବଂଶ ନାରାୟଣ ସିଂହଙ୍କ ସପକ୍ଷରେ ଅଣଏନଡିଏ ଦଳଗୁଡିକର ମଧ୍ୟ ସମର୍ଥନ ହାସଲ ପାଇଁ ଉଦ୍ୟମ କରିଛନ୍ତି । ଏ ନେଇ ସେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମଧ୍ୟ ସମର୍ଥନ ଲୋଡିଛନ୍ତି । ଏ ବାବଦରେ ନୀତୀଶ, ନବୀନଙ୍କ ସହ କଥା ହୋଇଥିବା ଜଣାପଡିଛି ।