ରାଜ୍ୟର ଚାଷୀଙ୍କୁ ଯୋଗାଇ ଦିଆଯିବ ପର୍ଯ୍ୟାପ୍ତ ୟୁରିଆ, ଚାଷୀଙ୍କୁ ପରାମର୍ଶ ଦେବା ପାଇଁ ହେଲପଲାଇନ ନମ୍ବର | News Room Odisha

ରାଜ୍ୟର ଚାଷୀଙ୍କୁ ଯୋଗାଇ ଦିଆଯିବ ପର୍ଯ୍ୟାପ୍ତ ୟୁରିଆ, ଚାଷୀଙ୍କୁ ପରାମର୍ଶ ଦେବା ପାଇଁ ହେଲପଲାଇନ ନମ୍ବର

ଭୁବନେଶ୍ୱର : ରାଜ୍ୟର ଚାଷୀଙ୍କୁ ପର୍ଯ୍ୟାପ୍ତ ୟୁରିଆ ସାର ଯୋଗାଇ ଦିଆଯିବ । କୃଷି କ୍ୟାବିନେଟ ବୈଠକ ପରେ ଏ ନେଇ ସୂଚନା ଦେଇଛନ୍ତି କୃଷି ସଚିବ । ସେ କହିଛନ୍ତି ଯେ, ଚଳିତବର୍ଷ ୬ ଦଶମିକ ୧୫ ଲକ୍ଷ ମେଟ୍ରିକ ସାର ଆସିଛି । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ଚଳିତବର୍ଷ ୯ ହଜାର ୯୬୫ କୋଟି ଟଙ୍କାର କୃଷି ଋଣ ଦିଆଯାଇଛି । ଚାଷୀଙ୍କୁ ପରାମର୍ଶ ଦେବା ପାଇଁ ନୂଆ ହେଲପଲାଇନ୍ ସ୍ଥାପନା କରାଯାଇଛି । ହେଲପଲାଇନ୍ ନମ୍ବର ୧୫୫୩୩ରେ ଚାଷୀଙ୍କୁ ପରାମର୍ଶ ଦିଆଯିବ ।