ଅନାସ୍ଥା ପ୍ରସ୍ତାବ ଉପରେ ଅଗଷ୍ଟ ୮ରେ ହେବ ଆଲୋଚନା, ୧୦ରେ ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ | News Room Odisha

ଅନାସ୍ଥା ପ୍ରସ୍ତାବ ଉପରେ ଅଗଷ୍ଟ ୮ରେ ହେବ ଆଲୋଚନା, ୧୦ରେ ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦର ଚଳିତ ମୌସୁମୀ ଅଧିବେଶନରେ ମଣିପୁର ହିଂସା ସହ ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ଦ୍ବାରା ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ତାରିଖ ସ୍ଥିର କରାଯାଇଛି। ଅଗଷ୍ଟ ୮ରୁ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ହେବ । ଅଗଷ୍ଟ ୧୦ରେ ପ୍ରଧାନମନ୍ତ୍ରୀ ବିତର୍କ ଉପରେ ନିଜ ଜବାବ ରଖିବେ।