ଆଜି ମାଟିରେ ମିଶିବ ନୋଏଡାର ଟ୍ବିନ୍ ଟାଓ୍ବାର | News Room Odisha

ଆଜି ମାଟିରେ ମିଶିବ ନୋଏଡାର ଟ୍ବିନ୍ ଟାଓ୍ବାର

ନୂଆଦିଲ୍ଲୀ: ଆଜି ମାଟିରେ ମିଶିବ ନୋଏଡାର ସୁପରଟେକ୍ ଟ୍ବିନ ଟାଓ୍ବାର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ଦ୍ବୈତ ଅଟ୍ଟାଳିକାକୁ ଧ୍ବଂସ କରାଯିବ । ଅପରାହ୍ନ ୨ଟା ୩୦ରେ ବିସ୍ଫୋରଣ ଦ୍ୱାରା ଏହାକୁ ଭଙ୍ଗାଯିବ । ଏଥିପାଇଁ ସବୁ ପ୍ରସ୍ତୁତି ସରିଛି । ଏହି ସୁଉଚ୍ଚ ଅଟାଳିକା ଭାଙ୍ଗିବା ପରେ ହଠାତ କିଛି ଘଣ୍ଟା ପାଇଁ ଏକ ଭଗ୍ନାବଶେଷର ସୁଉଚ୍ଚ ପାହାଡ଼ ସୃଷ୍ଟି ହୋଇଯିବ । ତତ୍‌ ସଙ୍ଗେ ସଙ୍ଗେ ଧୂଆଁ ଓ ଧୂଳି ପ୍ରଦୂଷଣ ପରିବେଶକୁ ନଷ୍ଟ କରିବ । ଏହି ଦୁଇଟି ସୁଦୀର୍ଘ ଅଟ୍ଟାଳିକା ଭାଙ୍ଗିବା ପାଇଁ

୩୭୦୦ କେଜିର ବିସ୍ପୋରକ ସାମଗ୍ରୀ ବ୍ୟବହାର କରାଯିବ । ୩୨୦ ଫୁଟରୁ ଅଧିକ ଉଚ୍ଚା ୪୦ ମହଲା ବିଶିଷ୍ଟ ଏହି ଟ୍ବିନ ଟାଓ୍ବାର ମାତ୍ର ୧୨ ସେକେଣ୍ଡରେ ମାଟିରେ ମିଶିଯିବେ । ତେବେ ଟ୍ୱିନ୍‌ ଟାୱାର ଭାଙ୍ଗିବା ଲାଗି ଆଖପାଖ ବିଲ୍ଡିଂ ମାନଙ୍କରେ ରହୁଥିବା ଲୋକଙ୍କ ସହ ବୁଲା ପଶୁମାନଙ୍କୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । କୋଠା ଦୁଇଟି ମାଟିରେ ମିଶିବାର ୫ ଘଣ୍ଟା ପରେ ଲୋକଙ୍କୁ ସେମାନଙ୍କ ଘରକୁ ଫେରିବାକୁ ଅନୁମତି ଦିଆଯିବ । ଏହି ବିସ୍ପୋରଣ ଯୋଗୁ ୯୮୪ ଫୁଟ ଉଚ୍ଚକୁ ଧୂଳି ଓ ଧୂଆଁ ଉଠିବ । ଏଣୁ ବିମାନବନ୍ଦର ଓ ବାୟୁସେନାକୁ ସତର୍କ କରାଯାଇଛି । ନୋଏଡାର ସେକଫର ୯୩ଏ ରେ ର୍ନିମିତ ଏହି ବେଆଇନ କୋଠାକୁ ଭାଙ୍ଗିବା ପାଇଁ ଦୁଇଟି ବେସରକାରୀ କମ୍ପାନିକୁ ଏହାର ଦାୟିତ୍ୱ ଦିଆଯାଇଛି । ଦିଲ୍ଲୀର ଐତିହାସିକ କୁତୁବମିନାର ଅପେକ୍ଷା ସୁପରଟେକ୍‌ ଟ୍ୱିନ୍‌ ଟାୱାର ଅଧିକ ଲମ୍ବ ।

ଆଇନ ଉଲ୍ଲଂଘନ କରି ନିର୍ମିତ ହୋଇଥିବାରୁ ଏହି ଟ୍ବିନ ଟାଓ୍ବାର ଭାଙ୍ଗିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ଦୁଇ କୋଠାର ନିର୍ମାଣ ପାଇଁ ପ୍ରାୟ ୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।