ରାଜ ଠାକରେଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ | News Room Odisha

ରାଜ ଠାକରେଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ

ମୁମ୍ବାଇ: ଆଗାମୀ ଦିନରେ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କ ସମସ୍ୟା ବଢିପାରେ | ୧୪ ବର୍ଷ ତଳର ଏକ ଉତ୍ତେଜନାପୂର୍ଣ୍ଣ ଭାଷଣ ମାମଲାରେ ମହାରାଷ୍ଟ୍ର ସାଙ୍ଗଲି ଶିରାଲାର ଏକ କୋର୍ଟ ରାଜ ଠାକରେଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ଏପ୍ରିଲ୍ ୬ ରେ ଆଇପିସିର ଧାରା ୧୪୩, ୧୦୯, ୧୧୭, ୭ ଏବଂ ବମ୍ବେ ପୋଲିସ୍ ଆକ୍ଟର ୧୩୫ ଅନୁଯାୟୀ ଏମ୍ଏନ୍ଏସ୍ ମୁଖ୍ୟ ରାଜ ଠାକରେଙ୍କ ବିରୋଧରେ ଶିରାଲାର ଏକ ମାଜିଷ୍ଟ୍ରେଟ୍ କୋର୍ଟ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ।

୨୦୦୮ ରେ ରାଜ ଠାକରେ କଲ୍ୟାଣରେ ଏକ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ ଗିରଫ ହୋଇଥିଲେ । ଏହା ପରେ ସାଙ୍ଗଲିରେ ମହାରାଷ୍ଟ୍ର ନବନିର୍ମାଣ ସେନାର କର୍ମକର୍ତ୍ତାମାନେ ବନ୍ଦ ଡାକରା ଦେଇଥିଲେ। ରାଜ ଠାକରେଙ୍କୁ ମଧ୍ୟ ସ୍ଥାନୀୟ ଏମଏନଏସ କାର୍ଯ୍ୟାଳୟର ଅଧିକାରୀଙ୍କ ସହ ସମାନ ମାମଲାରେ ଅଭିଯୁକ୍ତ କରାଯାଇଥିଲା। ତେବେ ଏପ୍ରିଲ ୬ରେ ରାଜଙ୍କ ବିରୋଧରେ ଜାମିନ ବିହୀନ ଗିରଫ ୱାରେଣ୍ଟ ଜାରି ହୋଇଥିଲେ ବି ତାଙ୍କୁ କାହିଁକି ପୋଲିସ ଗିରଫ କରିନାହିଁ ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି ।