ଏବେ ମହିଳା ବି ଏନଡିଏରେ ଭର୍ତ୍ତି ହେବେ , ସୁପ୍ରିମକୋର୍ଟଙ୍କୁ ଜଣାଇଲେ ସରକାର | News Room Odisha

ଏବେ ମହିଳା ବି ଏନଡିଏରେ ଭର୍ତ୍ତି ହେବେ , ସୁପ୍ରିମକୋର୍ଟଙ୍କୁ ଜଣାଇଲେ ସରକାର

ନୂଆଦିଲ୍ଲୀ: ଏବେ ମହିଳାମାନଙ୍କୁ ମଧ୍ୟ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ରେ ଭର୍ତ୍ତି କରାଯିବ । କେନ୍ଦ୍ର ସରକାର ଏନେଇ ନିଜ ନିଷ୍ପତ୍ତି ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । ସେନାବାହିନୀରେ ମହିଳାମାନଙ୍କୁ ଏନଡିଏ ଜରିଆରେ ସ୍ଥାୟୀ ନିଯୁକ୍ତି ଦିଆଯିବ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଉପରେ କୋର୍ଟ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଏନେଇ ଏକ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ଝିଅମାନଙ୍କ ପାଇଁ ଏନଡିଏର ଦ୍ବାର ବନ୍ଦ ରହିଛି। ସେଠାରେ କେବଳ ପୁଅମାନେ ହିଁ ତାଲିମ ନେଇପାରିବେ | ଏହାକୁ ଭେଦଭାବ ବୋଲି ଦର୍ଶାଇ ସୁପ୍ରିମକୋର୍ଟଙ୍କ ନିକଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଅଗଷ୍ଟ ୧୮ରେ ସର୍ବୋଚ୍ଚ ନ୍ୟାୟାଳୟ ଚଳିତ ବର୍ଷ ହେବାକୁ ଥିବା ଏନଡିଏ ପ୍ରବେଶିକା ପରୀକ୍ଷାରେ ଝିଅମାନଙ୍କୁ ମଧ୍ୟ ଅନୁମତି ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଆଡମିଶନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କୋର୍ଟ କହିଥିଲେ।