ଓଡ଼ିଆପୁଷ୍ଟିକର, ନିରାପଦ ମଧ୍ୟାହ୍ନ ଭୋଜନ ପରିଚାଳନା ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ
ଭୁବନେଶ୍ୱର : ରାଜ୍ୟର ସମସ୍ତ ଜିଲ୍ଲାରେ ପୁଷ୍ଟିକର, ନିରାପଦ ମଧ୍ୟାହ୍ନ ଭୋଜନ ପରିଚାଳନା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ କମିଶନର ତଥା ଶାସନ ସଚିବ ଶାଲିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧିକାରୀ ତଥା ରାଜ୍ୟ ସଂଯୋଜକ ଅଧିକାରୀ (ପିଏମ୍-ପୋଷଣ) ରଘୁରାମ ଆର୍ ଆୟାରଙ୍କ ସମେତ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନେଇ ଆଭାସୀ ମାଧ୍ୟମରେ ଏକ ଜରୁରୀକାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ କମିଶନର ଜିଲ୍ଲାମାନଙ୍କୁ [...]
ଓଡ଼ିଆମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଖର୍ଚ୍ଚ ସଂପର୍କିତ ବୈଠକ ଅନୁଷ୍ଠିତ
ଭୁବନେଶ୍ବର: ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା ପାଇଁ ବିଭିନ୍ନ ବିଭାଗକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ବିଭିନ୍ନ ସମୟରେ ପ୍ରଦାନ କରାଯାଇଥିବା ଅର୍ଥ ଏବଂ ସେ ବାବଦରେ ହୋଇଥିବା ଖର୍ଚ୍ଚ ସଂପର୍କରେ ଆଜି ଲୋକସେବା ଭବନରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ଦେଓ ରଂଜନ [...]
ଓଡ଼ିଆଶ୍ରୀକ୍ଷେତ୍ର ପୁରୀରେ ଭକ୍ତି ଓ ନିଷ୍ଠାର ସହିତ ପାଳିତ ହୋଇଯାଇଛି ଯମ ଦ୍ଵିତୀୟା
ପବିତ୍ର ଯମ ଦ୍ଵିତୀୟା।ଏହି ଦିବସ ଧର୍ମରାଜ ଯମ ଙ୍କୁ ସମର୍ପିତ। ଶ୍ରୀକ୍ଷେତ୍ରରେ ବିଶେଷ କରି ପାଳିତ ହୋଇଯାଇଛି ଯମ ଦ୍ଵିତୀୟା ଉତ୍ସବ। କାର୍ତ୍ତିକ ଶୁକ୍ଳ ଦ୍ଵିତୀୟା ଦିନ ଏହି ପବିତ୍ର ତିଥି ସମଗ୍ର ଭାରତ ବର୍ଷରେ ଲୋକେ ଶ୍ରଦ୍ଧା ଓ ବିଶ୍ୱାସ ର ସହିତ ପାଳନ କରିଥାନ୍ତି। ଶ୍ରୀକ୍ଷେତ୍ର ରେ ରହିଛି ପ୍ରସିଦ୍ଧ ଯମନିକ ତୀର୍ଥ। ଯାହା ଲୋକ ମୁଖରେ ଜମେଶ୍ୱର ମନ୍ଦିର। ଭଗବାନ ଜମେଶ୍ୱର ହେଉଛନ୍ତି ହରିହର ବିଗ୍ରହ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ତଥା [...]
ଓଡ଼ିଆଶ୍ରୀକ୍ଷେତ୍ରରେ ସମ୍ପର୍ଣ୍ଣ ହୋଇଛି ପୟାଶ୍ରାଦ୍ଧ, ପିତୃପୁରୁଷଙ୍କ ଆଶୀର୍ବାଦ ପାଇବା ପାଇଁ କରାଯାଏ ପୟାଶ୍ରାଦ୍ଧ
ପିତୃପୁରୁଷଙ୍କ ଆଶୀର୍ବାଦ ପାଇବା ପାଇଁ ଆଜି ଶ୍ରୀ କ୍ଷେତ୍ରରେ ଶ୍ରଦ୍ଧାଳୁ କରିଥିଲେ ପୟାଶ୍ରାଦ୍ଧ। ଶ୍ରୀ ମନ୍ଦିର ଚତୁଃ ପାର୍ଶ୍ଵରେ ଶ୍ରାଦ୍ଧ ଦେବା ସହ ସିଂହଦ୍ଵାର ସମ୍ମୁଖରେ ଉଲକା ଦର୍ଶନ କରିଥିଲେ। ଅର୍ଥାତ କାଉଁରିଆ କାଠି ଜଳାଇ ଉପରକୁ ଟେକି କହିଥିଲେ – ହେ ପିତୃଲୋକ ! ମହାଳୟା ଠାରୁ ଅନ୍ଧକାରରେ ଆସିଛ , ଏବେ ପିତୃଲୋକକୁ ଉଜ୍ଜଳରେ ଯାଅ ଏହାପରେ ପ୍ରଦୀପ ପ୍ରଜ୍ବଳନ କରି ଦୀପଦାନ କରିଥିଲେ। ଏଥିପାଇଁ ଶ୍ରୀକ୍ଷେତ୍ର ଲୋକରଣ୍ୟ ହୋଇ ଉଠିଥିଲା। ପାରମ୍ପରିକ ବିଧାନରେ [...]
ଓଡ଼ିଆଆଜି ନରକ ଚତୁର୍ଦ୍ଦଶୀ, ସର୍ବତ୍ର ପୂଜା ପାଇବେ ମହା ମାୟା କାଳୀ
କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ କୁ ନରକ ଚତୁର୍ଦ୍ଦଶୀ କୁହାଯାଏ। ପୁରାଣ ଅନୁସାରେ ବିଷ୍ଣୁ କୃଷ୍ଣ ଅବତାର ରେ ମହାପ୍ରତାପୀ ନରକାସୁର ର ବଧ କରି ପୃଥିବୀରେ ଶାନ୍ତି, ସୌହାର୍ଦ୍ଦ୍ୟ ପ୍ରତିଷ୍ଠା କରିଥିଲେ।ତେଣୁ ଏହି ଦିନ ରେ ଦୀପ ଜାଳି, ଆତସବାଜି କରି ଖୁସି ମନାଯାଏ।ଏହି ଦିନ ଯମ ଓ ଚିତ୍ରଗୁପ୍ତ ଙ୍କୁ ପୂଜା କରାଯାଏ।ଆଉ ଏକ ଉପାଖ୍ୟାନ ଅନୁସାରେ,ବାମନ ଅବତାର ରେ ବଳି ଙ୍କ ଭକ୍ତି ରେ ପ୍ରସନ୍ନ ହୋଇ କିଛି ବର ମାଗିବାକୁ କହିଥିଲେ।ନିଜ ପ୍ରଜାଙ୍କୁ [...]
ଓଡ଼ିଆଆଜି ରମା ଏକାଦଶୀ, ଏହି ଏକାଦଶୀ ବ୍ରତ ପାଳନ କଲେ ସମସ୍ତ ପାପରୁ ମୁକ୍ତି ମିଳିଥାଏ
କାର୍ତ୍ତିକ ମାସର ଏକାଦଶୀରେ ରମା ଏକାଦଶୀର ବ୍ରତ ରଖାଯାଇଥାଏ। ୨୪ ଏକାଦଶୀ ମଧ୍ୟରୁ ରମା ଏକାଦଶୀର ବିଶେଷ ମହତ୍ତ୍ବ ରହିଛି। ଚାରି ମାସ ପରେ ଭଗବାନ ବିଷ୍ଣୁ ନିଜ ଯୋଗ ନିଦ୍ରାରୁ ଉଠିଥାନ୍ତି। ପୁରାଣ ଅନୁସାରେ, ରମା ଏକାଦଶୀ ବ୍ରତ ରଖିବା ଦ୍ବାରା ମା’ ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କ ମଧ୍ୟ କୃପା ମିଳିଥାଏ। ରମା ଏକାଦଶୀ ବ୍ରତ କଥା : ଏକ ପୌରାଣିକ କଥା ଅନୁସାରେ, ଗୋଟିଏ ନଗରରେ ମୁଚୁକନ୍ଦ ନାମକ ଜରେ ପ୍ରତୀପୀ ରାଜା [...]
ଓଡ଼ିଆମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ସେଠାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମ ନିକଟରେ ନିଜର ବିବୃତି ରଖି, ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କୌଣସି ପରିସ୍ଥିତିରେ ଭୟଭୀତ ବା ଆତଙ୍କିତ ନ ହେବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ‘You are in [...]
ଓଡ଼ିଆସମ୍ଭାବ୍ୟ ବାତ୍ୟାକୁ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମୀକ୍ଷା
ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଖାରବେଳ ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିବାବେଳେ ବାତ୍ୟାଦ୍ୱାରା ପ୍ରଭାବିତ ହେବା ଆଶଙ୍କା ଥିବା ବିଭିନ୍ନ ଜିଲ୍ଲା ତଥା ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଂଚଳର ଉଚ୍ଚପଦସ୍ତ ଅଧିକାରୀ ମାନେ ଆଭାସୀ ମାଧ୍ୟମରେ ଯୋଗ [...]
ଓଡ଼ିଆବାତ୍ୟା ସମ୍ପର୍କିତ ପ୍ରସ୍ତୁତି ବୈଠକ: କେହି ଭୟଭୀତ ନହେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ଜିରୋ କାଜୁଆଲ୍ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହା ସହିତ ସମସ୍ତ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳକୁ ଚିହ୍ନଟ କରି ବିପଦଶଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ଶତପ୍ରତିଶତ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟ୍ରେ ଏକ ଲଘୁଚାପ ସୃଷ୍ଟି ହୋଇଛି। [...]
ଓଡ଼ିଆରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ 3 ପ୍ରତିଶତ ବୃଦ୍ଧି
ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୦ ପ୍ରତିଶତରୁ ୫୩ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ଜୁଲାଇ ପହିଲା ୨୦୨୪ରୁ ପିଚ୍ଛିଲା ଭାବରେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ମିଳିବ । ଏହା ସହିତ ପେନ୍ସନଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ [...]
