ଓଡ଼ିଆଗୀତା ଉପଦେଶ: ଜୀବନରେ ଦ୍ଵନ୍ଦ କେବେହେଲେ ଯଶସ୍ବୀ ପୁରୁଷଙ୍କୁ ଶୋଭା ପାଏନାହିଁ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସାଙ୍ଖ୍ଯ ଯୋଗ ରେ କହୁଛନ୍ତି- କୁତସ୍ତ୍ୱା କଶ୍ମଳମିଦଂ ବିଷମେ ସମୁପସ୍ଥିତମ୍।ଅନାର୍ଯ୍ୟଜୁଷ୍ଟମସ୍ୱର୍ଗ୍ୟମକୀର୍ତିକରମର୍ଜୁନ।। ଅର୍ଥାତ୍ ଭଗବାନ କହିଲେ ଯେ ହେ ପ୍ରିୟ ଅର୍ଜୁନ ଏହି ପରି ବିପଦପୂର୍ଣ୍ଣ ସମୟରେ ତୁମ ଠାରେ ଏହି ଦ୍ବନ୍ଦ୍ବ କିପରି ଉତ୍ପନ୍ନ ହେଲା। ଏହା ଏକ ଯଶସ୍ବୀ ପୁରୁଷ ଙ୍କୁ ଶୋଭା ପାଏ ନାହିଁ। ଏହା ଉଚ୍ଚତର ଲୋକ ମାନଙ୍କୁ ଅପଯଶ ପ୍ରଦାନ କରିଥାଏ।
ଓଡ଼ିଆଶ୍ରୀ ମନ୍ଦିରରେ ରାଧାଷ୍ଟମୀ, ଜମେଶ୍ୱରଙ୍କ ଠାରୁ ବର୍ଷର ଆୟବ୍ୟୟର ହିସାବ ନେଲେ ସୁଦର୍ଶନ
ଆଜି ପବିତ୍ର ରାଧାଷ୍ଟମୀ । ଶ୍ରୀମନ୍ଦିର ରେ ଶ୍ରୀଜୀଉଙ୍କ ଦ୍ବୀପହର ଧୂପ ବଢିବା ପରେ ଶ୍ରୀଦେବୀ ବା ଲକ୍ଷ୍ମୀ ଆଜ୍ଞାମାଳ ପାଇଁ ମହାଲକ୍ଷ୍ମୀ ମନ୍ଦିରକୁ ବିଜେ କରିଥିଲେ। ସେଠାରେ ରାଧା ରୂପରେ ତାଙ୍କର ଅଭିଷେକ ବା ମାଜଣ ନୀତି ସମ୍ପର୍ଣ୍ଣ ହୋଇଥିଲା।ଏହି ସମୟ ରେ ଆଜି ମହାପ୍ରଭୁ ଶ୍ରୀସୁଦର୍ଶନ ଆଜ୍ଞାମାଳ ପାଇ ଭୃଗୁ ଓ ପଣ୍ଡୁ(କଣ୍ଡୁ) ଆଶ୍ରମ ପରିଭ୍ରମଣ କରିଥିଲେ । ପଣ୍ଡୁ (କଣ୍ଡୁ) ଆଶ୍ରମର ପିଣ୍ଡିରେ ବିଜେ ହେବା ପରେ, ପୂଜାପଣ୍ଡାଙ୍କ ଦ୍ବାରା ପ୍ରଥମେ ଶ୍ରୀଯମେଶ୍ବର [...]
ଓଡ଼ିଆକୋରାପୁଟ ଓ ମାଲକାନଗିରି ଜିଲ୍ଲାର ବର୍ଷାଜନିତ କ୍ଷୟକ୍ଷତି ଏବଂ ଉପକୂଳ ଓଡ଼ିଶାର ଲଘୁଚାପ ବର୍ଷା ସତର୍କତା ନେଇ ରାଜସ୍ୱ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଦୁଇଦିନିଆ ସମ୍ବଲପୁର ଗସ୍ତରୁ ଫେରିବା ବେଳେ ସମ୍ବଲପୁରଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ କୋରାପୁଟ ଓ ମାଲକାନଗିରି ଜିଲ୍ଲରେ ପ୍ରବଳ ବର୍ଷାଜନିତ କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସମ୍ଭାବ୍ୟ ବର୍ଷା ପାଇଁ ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପ ବାବଦରେ ମଧ୍ୟ ଆଲୋଚନା କରିଥିଲେ । କୋରାପୁଟ ଓ [...]
ଓଡ଼ିଆଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି ସମ୍ପର୍ଣ୍ଣ
ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଲ ପଞ୍ଚମୀରେ ଏକ ବିଶେଷ ବିଧି ପାଳିତ ହୋଇଥାଏ ! ତାହାକୁ ଋଷି ପଞ୍ଚମୀ ବ୍ରତ ନାମରେ ଅଭିହିତ କରାଯାଇଥାଏ ! ଶ୍ରୀମନ୍ଦିରରେ ଏହି ବ୍ରତ ପାଳନ ନିଜେ ମା’ ଲକ୍ଷ୍ମୀ ଠାକୁରାଣୀ ପାଳନ କରିଥାନ୍ତି ! ଏକ ଉପାଖ୍ୟାନରୁ ଜଣାଯାଏ ଯେ, ସ୍ତ୍ରୀମାନେ ରଜସ୍ୱଳା ସମୟରେ ନିଜର ଅଜ୍ଞାତରେ ଯଦି କିଛି ଦୋଷ କରିଥାନ୍ତି ତେବେ ସେଥିରୁ ମୁକ୍ତି ପାଇବାପାଇଁ ନିର୍ଦ୍ଦିଷ୍ଟ ସପ୍ତ ଋଷିଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ! ସେହି ବିଧି ଅନୁଯାୟୀ [...]
ଓଡ଼ିଆସମ୍ବଲପୁରରେ ସି.ଏମ କିଷାନ ସହାୟତା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ପବିତ୍ର ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁରଠାରେ ସି.ଏମ କିଷାନ ସହାୟତା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ପିଏମ କିଷାନ ଯୋଜନାର ସ୍ବତନ୍ତ୍ର ଅଭିଯାନ, ସିଏମ କିଷାନ ପୋର୍ଟାଲ ଓ କୃଷକ ଓଡିଶା ୟୁନିଫାଏଡ୍ ପୋର୍ଟାଲର ଉନ୍ମୋଚନ କରିଛନ୍ତି। ସମ୍ବଲପୁରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଚାଷୀ କୂଳର ସମୃଦ୍ଧି ଓ ଓଡିଶାବାସୀଙ୍କ କଲ୍ୟାଣ ପାଇଁ ମା ସମଲେଇଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଏହା [...]
ଓଡ଼ିଆବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା, ୟଶ ଦୟାଲ ନୂଆ ମୁହଁ
ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ସେପ୍ଟେମ୍ବର ୧୯ରୁ ଚେନ୍ନାଇରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ପାଇଁ ଘୋଷିତ ୧୬ ଜଣିଆ ଭାରତୀୟ ଦଳରେ ଯୁବ ଦ୍ରୁତ ବୋଲର ୟଶ ଦୟାଲ ହେଉଛନ୍ତି ନୂଆ ମୁହଁ | ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ସର୍ଫରାଜ ଖାନ ଏବଂ ୱିକେଟ୍ କିପର ଧ୍ରୁବ ଜୁରେଲଙ୍କୁ ନିଜ ସ୍ଥାନ ବଜାୟ ରଖିଛନ୍ତି। ବିରାଟ କୋହଲି, କେ.ଏଲ୍ ରାହୁଲ ଏବଂ [...]
ଓଡ଼ିଆଅନ୍ତର୍ଜାତୀୟ କ୍ରିକେଟରୁ ମୋଇନ ଅଲିଙ୍କ ଅବସର
ଲଣ୍ଡନ: ଇଂଲଣ୍ଡର ଭେଟେରାନ ଅଲରାଉଣ୍ଡର ମୋଇନ ଅଲି ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତିି | ୩୭ ବର୍ଷୀୟ ଅଲି ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ହ୍ବାଇଟ୍ ବଲ୍ ସିରିଜ୍ ପାଇଁ ଇଂଲଣ୍ଡ ଦଳରେ ସୁଯୋଗ ନ ପାଇବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ୨୦୧୯ରେ ଇଂଲଣ୍ଡର ଦିନିକିଆ ବିଶ୍ୱକପ୍ ଏବଂ ୨୦୨୨ରେ ଟି-୨୦ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ରହିଥିବା ବର୍ଷୀୟ ମୋଇନ ଡେଲି ବ୍ରିଟେନର ଏକ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, [...]
ଓଡ଼ିଆଆଜି ପବିତ୍ର ଗଣେଶ ଚତୁର୍ଥୀ, ଆଜି ସର୍ବତ୍ର ପୂଜା ପାଇବେ ଅଗ୍ରପୂଜ୍ୟ ଶ୍ରୀଗଣେଶ
ଆଜି ପବିତ୍ର ଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟ ଶ୍ରୀଗଣେଶ ଆଜି ସର୍ବତ୍ର ପୂଜା ପାଇବେ । ଏଥିପାଇଁ ଚଳଚଂଚଳ ହୋଇ ଉଠିଛି ସମଗ୍ର ରାଜ୍ୟ। ବଡ ବଡ ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜା ସହ ପୂଜା ପେଣ୍ଡାଲରେ ଗଜାନନଙ୍କ ଆରାଧନ କରାଯିବ। ମନ୍ଦିର ଏବଂ ଶିକ୍ଷାନୁଷ୍ଠାନରେ ରେ ଗଣେଶଙ୍କ ସ୍ୱତନ୍ତ୍ର ପୂଜା ନୀତି ସମ୍ପର୍ଣ୍ଣ ହେବ। ଅନେଜ ସ୍ଥାନରେ ଏହି ପବିତ୍ର ଉତ୍ସବ ୧୦ ଦିନ ଧରି ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଥାଏ। ବିଦ୍ୟାଦାତା,ଜ୍ଞାନଦାତା,ଐଶ୍ୱର୍ଯ୍ୟଦାତା ଏବଂ [...]
ଓଡ଼ିଆଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସୁନୁ ସୁଭ କଥା ଭବାନି ରାମଚରିତ ମାନସ ବିମଲ । କହା ଭୁସୁଂଡି ବଖାନି ସୁନା ବିହଗ ନାୟକ ଗରୁଡ଼ ॥ ଭାବାର୍ଥ :- ଶ୍ରୀଶିବ କହିଲେ, ହେ ପାର୍ବତୀ ! ନିର୍ମଳ ଶ୍ରୀରାମଚରିତ ମାନସର ସେହି ମଙ୍ଗଳମୟୀ କଥାକୁ ଶୁଣ, ଯାହାକୁ କାକଭୁସୁଣ୍ଡି ବହୁତ ରୋଚକ ଢ଼ଙ୍ଗରେ କହିଲେ ଆଉ ପକ୍ଷୀ ମାନଙ୍କ ରାଜା ଗରୁଡଦେବ ତାକୁ ଶୁଣିଥିଲେ ।
ଓଡ଼ିଆଗୀତା ଉପଦେଶ: ଶ୍ରୀମଦ ଭଗବଦ ଗୀତାରେ ଭଗବାନ କହିଛନ୍ତି ମୁଁ ବେଦରେ କ୍ଷର ଅଟେ ଏବଂ ଅକ୍ଷର ମଧ୍ୟ ଅଟେ
ଶ୍ରୀ ଭଗବାନ ଅର୍ଜୁନଙ୍କୁ କ୍ଷର ଏବଂ ଅକ୍ଷର ସମ୍ପର୍କରେ ବୁଝାଇ କହୁଛନ୍ତି: ଯଦକ୍ଷରଂ ବେଦବିଦୋ ବଦନ୍ତି ବିଶନ୍ତି ଯଦ୍ଦ୍ୟତୟୋ ବିତରାଗାଃ । ଯଦିଚ୍ଛନ୍ତୋ ବ୍ରହ୍ମଚର୍ଯ୍ୟଂ ଚରନ୍ତି ତତ୍ତେ ପଦଂ ସଙ୍ଗ୍ର୍ରହେଣ ପ୍ରବକ୍ଷ୍ୟେ ।।୧୧।। ବେଦରେ ଭଗବାନଙ୍କୁ ଅନେକ ନାମରେ ବର୍ଣ୍ଣନା କରାଯାଇଅଛି । ସେଥି ମଧ୍ୟରୁ କେତେକ ହେଲା: ସତ୍, ଅଭ୍ୟାକୃତ୍, ପ୍ରାଣ, ଇନ୍ଦ୍ର, ଦେବ, ବ୍ରହ୍ମ, ପରମାତ୍ମା, ଭଗବାନ, ପୁରୁଷ ଇତ୍ୟାଦି । ଅନେକ ସ୍ଥାନରେ, ତାଙ୍କର ନିରାକାର ସ୍ୱରୂପ ବର୍ଣ୍ଣନା କରିବା ସମୟରେ, ତାଙ୍କୁ [...]
