ଓଡ଼ିଆଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଆତ୍ମ ସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି
ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଆତ୍ମ ସଂଯମ ଯୋଗ ସମ୍ବନ୍ଧରେ କହୁଛନ୍ତି : – କାୟେନ ମନସା ବୁଦ୍ଧ୍ୟା କେବଳୈରିନ୍ଦ୍ରିୟୈରପି। ଯୋଗିନଃ କର୍ମ କୁର୍ବନ୍ତି ସଙ୍ଗଂ ତ୍ୟକ୍ତ୍ୱାତ୍ମଶୁଦ୍ଧୟେ । ଅର୍ଥାତ:- ଯୋଗୀମାନେ ଆସକ୍ତି ତ୍ୟାଗ ପୂର୍ବକ ନିଜର ଶରୀର,ଇନ୍ଦ୍ରିୟ,ମନ ଓ ବୁଦ୍ଧି ଦ୍ୱାରା କେବଳ ଆତ୍ମଶୁଦ୍ଧି ଉଦ୍ଦେଶ୍ୟରେ ସମସ୍ତ କର୍ମ କରିଥାଆନ୍ତି। ( ୫ମ / ୧୧ଦଶ ଶ୍ଲୋକ)
୫ ଜିଲ୍ଲାର ଦଶ ହଜାର ଭକ୍ତ ପାଇଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଦିବ୍ୟ ଅନୁଭବ , ଭକ୍ତଙ୍କୁ ଭେଟିଲେ ୫-ଟି ଅଧ୍ୟକ୍ଷ

ଓଡ଼ିଆ୫ ଜିଲ୍ଲାର ଦଶ ହଜାର ଭକ୍ତ ପାଇଲେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଦିବ୍ୟ ଅନୁଭବ , ଭକ୍ତଙ୍କୁ ଭେଟିଲେ ୫-ଟି ଅଧ୍ୟକ୍ଷ
ଭୁବନେଶ୍ବର – ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପଣ ପରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଏହି ପ୍ରକଳ୍ପର ସୁନ୍ଦର ଅନୁଭବ ଦେବା ପାଇଁ ରାଜ୍ୟ ସରକାର ସବୁ ଜିଲ୍ଲାରୁ ଭକ୍ତମାନଙ୍କ ପାଇଁ ପରିକ୍ରମା ପ୍ରକଳ୍ପ ଦର୍ଶନର ବ୍ୟବସ୍ଥା କରିଛନ୍ତି। ଆଜି ପ୍ରଥମ ଦିନରେ ୫ଟି ଜିଲ୍ଲାରୁ ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁ ଆସି ପୁରୀରେ ପହଞ୍ଚିଥିଲେ। ଏହି ଜିଲ୍ଲାଗୁଡିକ ହେଲା – ଗଞ୍ଜାମ, ମୟୂରଭଂଜ, ବାଲେଶ୍ବର, କଟକ ଓ କେନ୍ଦ୍ରାପଡା । ଏହିସବୁ ଜିଲ୍ଲାର ୫୦୦ଟି ପଞ୍ଚାୟତ ଓ [...]
ଓଡ଼ିଆ୫-ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟରେ ଆଜି ୫ ଜିଲ୍ଲାର ୩୪୩ଟି ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର – ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ପଞ୍ଚମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଭଦ୍ରକ ଓ ସୁନ୍ଦରଗଡ ଜିଲ୍ଲାର ୩୪୩ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି ।ଏଥିରେ କଳାହାଣ୍ଡି ଜିଲ୍ଲାର ୭୩ଟି ହାଇସ୍କୁଲ, କନ୍ଧମାଳର ୪୬ଟି, କୋରାପୁଟର ୮୨ଟି, ଭଦ୍ରକର ୬୦ଟି ଓ ସୁନ୍ଦରଗଡର ୮୨ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ସୂଚନାଯୋଗ୍ୟ ଯେ, ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି ସ୍କୁଲ ରୂପାନ୍ତରିତ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ [...]
ଓଡ଼ିଆକ୍ୟାବିନେଟ ବୈଠକ: ୨ ବିଭାଗର ୫ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ, ଆଦିବାସୀ ମହିଳାଙ୍କ ପାଇଁ ‘ଲାଭ’ ଯୋଜନା
ଭୁବନେଶ୍ବର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୨ଟି ବିଭାଗର ୫ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକରେ ଆଦିବାସୀ ଭାଷାର ସଂରକ୍ଷଣ ପାଇଁ ଏକ କମିଶନ ଗଠନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଟେକ୍ନୋଲୋଜିର ବ୍ୟବହାର କରି ଭାଷାର ପ୍ରଚାର ପ୍ରସାର କରାଯିବ । ୧୬୯ ଜନଜାତିକୁ ଆଦିବାସୀ ମାନ୍ୟତା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସୁପାରିସ କରିବେ। ଏନେଇ କ୍ୟାବିନେଟ ନିଷ୍ପତ୍ତି ନେଇଛି ବୋଲି ବୈଠକ ପରେ [...]
ଓଡ଼ିଆଓଡ଼ିଶାର ପ୍ରଜ୍ଞାପନ ମେଢ଼ ଶ୍ରେଷ୍ଠ ବିବେଚିତ
ନୂଆଦିଲ୍ଲୀ – ଦୀର୍ଘ ତିନି ବର୍ଷ ପରେ ସାଧାରଣତନ୍ତ୍ର ଦିବସ ପରେଡରେ ସ୍ଥାନ ପାଇଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼ ବିଚାରକ ମଣ୍ଡଳୀଙ୍କୁ ପ୍ରଭାବିତ କରି ପ୍ରଥମ ପୁରସ୍କାର ହାସଲ କରିଛି । ଶ୍ରେଷ୍ଠ ବିବେଚିତ ହୋଇଛି ଓଡିଶାର ପ୍ରଜ୍ଞାପନ ମେଢ, ଯାହା କି ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସହ ରଘୁରାଜପୁର ଶିଳ୍ପୀ ଗ୍ରାମ ଓ ମହିଳା ସଶକ୍ତିକରଣ ପ୍ରଦର୍ଶିତ କରିଥିଲା । ଗୁଜରାଟର ପ୍ରଜ୍ଞାପନ ମେଢ଼ ଦ୍ୱିତୀୟ ଓ ତାମିଲନାଡୁର ପ୍ରଜ୍ଞାପନ ମେଢ଼ ତୃତୀୟ ସ୍ଥାନ [...]
ଓଡ଼ିଆବିଜେଡିରେ ସାମିଲ ହେଲେ ରାଜ୍ୟର ବହୁ ବିଶିଷ୍ଟ କଳାକାର
ଭୁବନେଶ୍ବର- ବିଜେଡିରେ ସାମିଲ ହୋଇଛନ୍ତି ରାଜ୍ୟର ବହୁ ବିଶିଷ୍ଟ କଳାକାର । ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡିର ମିଶ୍ରଣ ପର୍ବରେ ଓଡ଼ିଶା ଯାତ୍ରା ଜଗତର ବହୁ ଖ୍ୟାତନାମା କଳାକାରଙ୍କୁ ଦଳରେ ସାମିଲ କରାଯାଇଛି । ବିଜେଡି ଉପସଭାପତି ଦେବୀ ମିଶ୍ର, ସାଂସଦ ଅମର ପଟ୍ଟନାୟକ ଓ ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ କଳାକାରମାନେ ଦଳରେ ସାମିଲ ହୋଇଥିଲେ। କଳାକାରମାନେ ବିଜେଡିରେ ସାମିଲ ହୋଇଥିବାରୁ ଦଳର ସାଂଗଠନିକ ଶକ୍ତି ବୃଦ୍ଧି ପାଇବ ବୋଲି ମିଶ୍ରଣ ପର୍ବରେ ଉପସ୍ଥିତ [...]
ଓଡ଼ିଆ‘ମମି, ପାପା, ମୁଁ ଜେଇଇ ପାରୁନି..’, କୋଟାରେ ଝୁଲି ପଡ଼ିଲେ ଆଉ ଜଣେ ଛାତ୍ରୀ
କୋଟା: ରାଜସ୍ଥାନର କୋଟାରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଧାରା ଥମିବାର ନାଁ ନେଉନାହିଁ। ଚଳିତ ମାସରେ ହିଁ ଆତ୍ମହତ୍ୟାର ଦ୍ୱିତୀୟ ମାମଲା ସାମ୍ନାକୁ ଆସିଛି। କୋଟାର ବୋରଖଡା ଅଞ୍ଚଳରେ ନିହାରିକା ସିଂହ ନାମ୍ନୀ ଜଣେ ୧୮ ବର୍ଷୀୟା ଛାତ୍ରୀ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଚରମ ପଦକ୍ଷେପ ନେବା ପୂର୍ବରୁ ସେ ଲେଖିଥିବା ଏକ ନୋଟ୍ ପୋଲିସ ଜବତ କରିଛି । ନିଜ ଅଭିଭାବକଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏହି ନୋଟରେ ସେ ଜେଇଇ ପାଇଁ ପ୍ରସ୍ତୁତିରେ [...]
ଓଡ଼ିଆହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନରେ ଇଡି ଟିମ୍, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ମିଳୁନି ପତ୍ତା
ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦିଲ୍ଲୀ ସ୍ଥିତ ଶାନ୍ତି ନିକେତନରେ ଥିବା ବାସଭବନରେ ପହଞ୍ଚିଛି। ତେବେ ସେଠାରେ ସୋରେନ ନଥିବା ଜଣାପଡ଼ିଛି । ଜମି ଦୁର୍ନୀତି ମାମଲାରେ ପଚରାଉଚରା କରିବାକୁ ଜାନୁଆରୀ ୨୯ ରୁ ୩୧ ମଧ୍ୟରେ ସୋରେନଙ୍କୁ ସମୟ ମାଗିଥିଲା ଇଡି । ମନି ଲଣ୍ଡରିଂ ମାମଲାରେ ଇଡି ସାନି ସମନ ଜାରି କରିବା ପରେ ହେମନ୍ତ ସୋରେନ ଶନିବାର [...]
ଓଡ଼ିଆଚଳିତ ରଣଜୀ ଟ୍ରଫିରେ ଓଡ଼ିଶାର ପ୍ରଥମ ବିଜୟ , ହିମାଚଳ ପ୍ରଦେଶ ବିପକ୍ଷରେ ୨୩୮ ରନରେ ବିଜୟୀ
କଟକ – ଟାଙ୍ଗୀ ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ଗ୍ରୁପ୍ ଡି ଏଲିଟ୍ ରଣଜୀ ଟ୍ରଫି ମ୍ୟାଚରେ ଓଡ଼ିଶା, ହିମାଚଳ ପ୍ରଦେଶ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି। ଓଡ଼ିଶା ୨୩୮ ରନରେ ବିଜୟୀ ହୋଇଛି । ଚଳିତ ରଣଜୀ ସିଜନରେ ଓଡ଼ିଶାର ଏହା ପ୍ରଥମ ବିଜୟ । ହିମାଚଳ ପ୍ରଦେଶ ପାଇଁ ଓଡ଼ିଶା ୩୮୮ ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ରଖିଥିଲା । ଆଜି ମ୍ୟାଚର ଚତୁର୍ଥ ଦିନରେ ହିମାଚଳ ପ୍ରଦେଶ ପୂର୍ବଦିନର ଅସମାପ୍ତ ଦ୍ୱିତୀୟ ଇନିଂସ [...]
ଆଜିଠୁ ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁଙ୍କୁ ରାଜ୍ୟ ସରକାର ବୁଲାଇବେ ପରିକ୍ରମା ପ୍ରକଳ୍ପ
ପୁରୀ -ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଶ୍ରୀଜଗନ୍ନାଥ ଚେତନା ଓ ଭାବଧାରା ଆଧାରରେ ସମଗ୍ର ରାଜ୍ୟରେ ପରିଭ୍ରମଣ କରିଥିଲା ଅର୍ପଣ ରଥ। ଘରୁ ଘରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସଂଗୃହୀତ ହୋଇଥିଲା ଅକ୍ଷତ, ଗୁଆ। ସେତେବେଳେ ସରକାର ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ଓ ପରିକ୍ରମା ପ୍ରକଳ୍ପ ପରିକ୍ରମଣ କରାଯିବ ବୋଲି ସୂଚନା ଦେଇଥିଲେ। ସେହି ଆଧାରରେ ଆଜିଠାରୁ ପର୍ଯ୍ୟାୟକ୍ରମେ ଶ୍ରଦ୍ଧାଳୁଙ୍କ ଆଗମନ ପାଇଁ ବ୍ୟବସ୍ଥା କରାଯାଇଛି। ଆଜି ପ୍ରଥମ ଦିନ ଗଞ୍ଜାମ, ବାଲେଶ୍ୱର, [...]
