ଓଡ଼ିଆରଥଯାତ୍ରା ପାଇଁ ଚଳାଚଳ କରିବ ୩୧୫ ସ୍ୱତନ୍ତ୍ର ଟ୍ରେନ
ଭୁବନେଶ୍ଵର – ରଥଯାତ୍ରା ପାଇଁ ରେଳବାଇ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ଜୁଲାଇ ୭ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସହ ଆଲୋଚନା ପରେ ୩୧୫ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି।
ଓଡ଼ିଆଲାଞ୍ଚ ନେବାବେଳେ ଧରାପଡ଼ିଲେ ତହସିଲ ଅଫିସର ବରିଷ୍ଠ କିରାଣୀ
ଭୁବନେଶ୍ୱର – ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ବରିଷ୍ଠ କିରାଣୀ । କଟକ ଜିଲ୍ଲା ଡମପଡ଼ା ତହସିଲ ଅଫିସର ବରିଷ୍ଠ କିରାଣୀ ପ୍ରଶାନ୍ତ କୁମାର ରାଉତ ଜମି ପଟ୍ଟାର ନକଲ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୧୨ ହଜାର ୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଭିଜିଲାନ୍ସର ଅଭିଯୋଗ କରିଥିଲେ ସଂପୃକ୍ତ ବ୍ୟକ୍ତି । ଅଭିଯୋଗକାରୀ ଆଜି ଲାଞ୍ଚ ବାବଦକୁ ୩ ହଜାର ଟଙ୍କା ରାଉତଙ୍କୁ ଦେଉଥିବାବେଳେ ପୂର୍ବ ଯୋଜନା ଅନୁସାରେ ଛକି ବସିଥିବା ଭିଜିଲାନ୍ସ [...]
ଓଡ଼ିଆମହଙ୍ଗା ହେଲା ମୋବାଇଲ୍ ରିଚାର୍ଜ, ଜିଓ ପରେ ଏୟାରଟେଲ ବଢ଼ାଇଲା ଶୁଳ୍କ
ନୂଆଦିଲ୍ଲୀ: ନିର୍ବାଚନ ସରିବା ପରେ ମୋବାଇଲ୍ ରିଚାର୍ଜ ମହଙ୍ଗା ହୋଇଛି। ରିଲାଏନ୍ସ ଜିଓ ପରେ ଭାରତୀ ଏୟାରଟେଲ ଶୁକ୍ରବାର ମୋବାଇଲ୍ ଶୁଳ୍କ ୧୦ ରୁ ୨୧ ପ୍ରତିଶତ ବୃଦ୍ଧି ଘୋଷଣା କରିଛି। ଦିନକ ତଳେ ରିଲାଏନ୍ସ ଜିଓ ଟାରିଫ୍ ବୃଦ୍ଧି ଘୋଷଣା କରିଥିଲା। ଏୟାରଟେଲ ଏକ ବିବୃତ୍ତିରେ କହିଛି, ନୂଆ ମୋବାଇଲ୍ ଶୁଳ୍କ ଜୁଲାଇ ୩ରୁ ଲାଗୁ ହେବ। ଏୟାରଟେଲ ଏହାର ଅନଲିମିଟେଡ୍ ‘ଭଏସ୍ ପ୍ଲାନ୍’ର ଦର ପ୍ରାୟ ୧୧ ପ୍ରତିଶତ ବୃଦ୍ଧି କରିଛି। ବର୍ତ୍ତମାନ ଏହି [...]
ଓଡ଼ିଆହେମନ୍ତ ସୋରେନଙ୍କୁ ଜାମିନ
ରାଞ୍ଚି: ଜମି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ପାଞ୍ଚ ମାସ ପରେ ସୋରେନ ଜେଲରୁ ମୁକୁଳିଛନ୍ତି। ଏହି ମାମଲାରେ ହେମନ୍ତ ସୋରେନଙ୍କୁ ଇଡି ଜାନୁଆରୀ ୩୧ ରାତିରେ ଗିରଫ କରିଥିଲା। ହେମନ୍ତଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଜୁନ୍ ୧୩ରେ ଶେଷ ହୋଇଥିଲା ବେଳେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ।
ଓଡ଼ିଆବରିଷ୍ଠ ଆଇଏଏସ ଅଧିକାରୀ ମନୋଜ ଆହୁଜା ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତ
ଭୁବନେଶ୍ୱର – ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଆହୁଜାଙ୍କୁ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ନିକଟରେ କେନ୍ଦ୍ରୀୟ ଡେପୁଟେସନ୍ରେ ଫେରିଥିଲେ ମନୋଜ ଆହୁଜା । ମନୋଜଙ୍କ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦୀର୍ଘ ବର୍ଷ ହେଲା କେନ୍ଦ୍ରୀୟ ଡେପୁଟେସନ୍ରେ ଥିଲେ ମନୋଜ ଆହୁଜା । ଡେପୁଟେସନରୁ ଫେରିବା ପରେ ବରିଷ୍ଠ ପ୍ରଶାସକ ମନୋଜ ଆହୁଜାଙ୍କୁ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବ ଭାବେ [...]
ଓଡ଼ିଆରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା , ଆଜି ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ
ଭୁବନେଶ୍ୱର – ଆଜି ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରେ ଅବସ୍ଥିତ ରହିଛି । ଏହାର ପ୍ରଭାବରେ ଗତ ୨୬ ତାରିଖରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଲାଗି ରହିଛି । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ସାରା ରାଜ୍ଯରେ [...]
ଓଡ଼ିଆପ୍ରତିଶୋଧ ନେଲା ଭାରତ, ଇଂଲଣ୍ଡକୁ ମାତ୍ ଦେଇ ୧୦ ବର୍ଷ ପରେ ଫାଇନାଲରେ ଟିମ୍ ଇଣ୍ଡିଆ
ଗୟାନା: ଭାରତ ଚଳିତ ଟି-୨୦ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି । ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ଦାୟିତ୍ବପୂର୍ଣ୍ଣ ବ୍ୟାଟିଂ ପରେ ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଗୁରୁବାର ଏଠାରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ସେମିଫାଇନାଲରେ ଭାରତ ୬୮ ରନରେ ଗତଥରର ଚାମ୍ପିୟନ ଇଂଲଣ୍ଡକୁ ହରାଇ ୧୦ ବର୍ଷ ପରେ ଫାଇନାଲକୁ ଉନ୍ନୀତ ହୋଇଛି । ଏଥିସହ ୨୦୨୨ ବିଶ୍ବକପ ସେମିଫାଇନାଲ ପରାଜୟର ମଧୁର ପ୍ରତିଶୋଧ ନେଇଛି ଟିମ୍ ଇଣ୍ଡିଆ । ଟସ୍ ହାରି [...]
ଓଡ଼ିଆଶ୍ରୀଜୀଉ ଲାଗିହେଲେ ଫୁଲୁରୀ ତେଲ
ପରମ୍ପରା ଅନୁଯାୟୀ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଶ୍ରୀଜୀଉ ଲାଗି ହୋଇଛନ୍ତି ଫୁଲୁରି ତେଲ। ଲୌକିକ ମତରେ ଜ୍ବରରେ ପୀଡିତ ମହାପ୍ରଭୁଙ୍କ ଶରୀରର ପୀଡା ଉପଶମ ପାଇଁ ଏହି ଫୁଲୁରି ତେଲ ଲାଗି କରାଯାଇଛି। ଏହାସହ ଦୀର୍ଘ ପାଞ୍ଚଦିନ ଧରି ତୈଳ ଧାରଣ ରୁ ନିବୃତ ଦଇତାପତି ସେବକମାନେ ମଧ୍ୟ ମହାପ୍ରଭୁ ଫୁଲୁରି ତେଲ ଲାଗି ହେବାପରେ ଦଇତା ଓ ପତି ମହାପାତ୍ର ମଧ୍ୟ ତେଲ ଲଗାଇ ପାରିବେ। ଅନ୍ୟଥା ମହାପ୍ରଭୁ ଜ୍ଵର ରେ ପୀଡ଼ିତ ହେବା ପରେ [...]
ଓଡ଼ିଆଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
॥ ଅଯୋଧ୍ୟା କାଣ୍ଡ ॥ ବଡଭାଗୀ ବନୁ ଅବଧ ଅଭାଗୀ । ଜୋ ରଘୁବଂସ ତିଳକ ତୁହ୍ମ ତ୍ୟାଗୀ ॥ ଜୌଂ ସୁତ କହୌଂ ସଂଗ ମୋହି ଲେହୁ । ତୁହ୍ମରେ ହୃଦୟଁ ସଂଦେହୁ ॥ ଭାବାର୍ଥ :- ମାତା କୌଶଲ୍ୟା କହିଲେ, ହେ ରଘୁବଂଶ ର ତିଳକ ! ବନ ପ୍ରଦେଶ ବହୁତ ଭାଗ୍ୟବାନ ଆଉ ଏହି ଅବଧପୁରୀ ବହୁତ ଅଣାଗଲା, ଯାହାକୁ ତୁମେ ତ୍ୟାଗ କରିଦେଲ । ହେ ମୋର ଧନ ! ଯଦି [...]
ଓଡ଼ିଆଗୀତା ଉପଦେଶ: ଈଶ୍ୱର ଉଭୟ ସାକାର ଓ ନିରାକାର ଅଟନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ଜୁନ ଭକ୍ତିଯୋଗ ସମ୍ବନ୍ଧରେ ପଚାରୁଛନ୍ତି
ଏବଂ ସତତୟୁକ୍ତା ଯେ ଭକ୍ତାସ୍ତ୍ଵାଂ ପର୍ୟ୍ୟୁପାସତେ॥ ଯେ ଚାପ୍ୟକ୍ଷରମବ୍ୟକ୍ତଂ ତେଷାଂ କେ ଯୋଗ ବିତ୍ତମାଃ॥୧୨/୦୧॥ ଅର୍ଥାତ ଅର୍ଜୁନ ପ୍ରଶ୍ନ କଲେ: ଯେଉଁମାନେ ଆପଣଙ୍କର ସାକାର ସ୍ଵରୂପର ନିରବଚ୍ଛିନ୍ନ ଭାବରେ ଭକ୍ତି କରନ୍ତି, ଏବଂ ଯେଉଁମାନେ ଆପଣଙ୍କର ନିରାକାର ବ୍ରହ୍ମସ୍ଵରପର ଆରାଧନା କରନ୍ତି, ସେମାନଙ୍କ ମଧ୍ୟରୁ ଉତ୍ତମ ଯୋଗୀ ଭାବରେ ଆପଣ କାହାକୁ ବିବେଚନା କରନ୍ତି? ॥୧୨/୦୧॥
