ଓଡ଼ିଆରଥଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ଗଡିବ ବସ୍
ଭୁବନେଶ୍ବର – ଆଗାମୀ ରଥଯାତ୍ରାରେ ରାଜ୍ୟର ପ୍ରତି ବ୍ଲକରୁ ପୁରୀକୁ ଗଡିବ ବସ୍। ଏହାଛଡା ଓଡିଶାରୁ ଦେଶର ପ୍ରମୁଖ ଧର୍ମସ୍ଥଳୀକୁ ମଧ୍ୟ ବସ ଚଳାଚଳ ହେବ । ଆଜି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଅଯୋଧ୍ୟା, ବୃନ୍ଦାବନ, ତିରୁପତି, ମହାକାଳେଶ୍ୱର, ବାରଣାସୀକୁ ଓଡ଼ିଶାରୁ ଚାଲିବ ବସ। ଲକ୍ଷ୍ମୀ ବସ ସମ୍ପର୍କରେ ତର୍ଜମା ଚାଲିଛି। ବସ ସେବା ସମସ୍ତଙ୍କୁ ମିଳିବ। ପରିବହନ ଭବନରେ ବିଭାଗୀୟ ସଚିବ, [...]
ଓଡ଼ିଆ୨୬ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ବଢିବ ବର୍ଷା
ଭୁବନେଶ୍ୱର – ସାରାରାଜ୍ୟକୁ ମୋୖସୁମୀ ଛୁଇଁଥିବା ବେଳେ ଆସନ୍ତା ୨୬ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ପରିମାଣ ବଢିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ୨୭ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ୩ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଓଡ଼ିଆରାଜ୍ୟସଭାରେ ବିରୋଧୀ ଦଳର ଭୂମିକା ନିର୍ବାହ କରିବ ବିଜେଡି, ଓଡ଼ିଶାର ସ୍ୱାର୍ଥ ପାଇଁ ଲଢିବାକୁ ନବୀନଙ୍କ ଆହ୍ୱାନ
ଭୁବନେଶ୍ୱର – ନବୀନ ନିବାସରେ ବିଜେଡି ରାଜ୍ୟସଭା ସଦସ୍ୟଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଲୋକସଭାରେ ସଦସ୍ୟ ନଥିଲେ ମଧ୍ୟ ରାଜ୍ୟସଭାରେ ଦଳର ସଦସ୍ୟମାନେ ବିରୋଧୀର ଭୂମିକା ନିର୍ବାହ କରିବେ ବୋଲି ନିଷ୍ପତ୍ତି ହୋଇଛି। ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ ଜୋରଦାର ହେବ ବୋଲି ବୈଠକ ପରେ ସାମ୍ବାଦିକମାନଙ୍କୁ କହିଛନ୍ତି ବିଜେଡି ରାଜ୍ୟସଭା ସଦସ୍ୟ ସୁଲତା ଦେଓ । ଶିକ୍ଷା, ସ୍ବାସ୍ଥ୍ୟ, ଯୁବକ, ଚାଷୀ, ମହିଳାଙ୍କ ଅଧିକାରକୁ ପ୍ରସଙ୍ଗ [...]
ଓଡ଼ିଆଟି-୨୦ ବିଶ୍ୱକପ: ୱେଷ୍ଟଇଣ୍ଡିଜକୁ ହରାଇ ସେମିରେ ଦକ୍ଷିଣ ଆଫ୍ରିକା
ନର୍ଥ ସାଉଣ୍ଡ (ଆଣ୍ଟିଗ୍ବା): ଟି-୨୦ ବିଶ୍ୱକପରେ ସୋମବାର ଏକ ବର୍ଷା ପ୍ରଭାବିତ ସୁପର ୮ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଡକୱର୍ଥ ଲୁଇସ ନିୟମାନୁସାରେ ୩ ୱିକେଟରେ ହରାଇ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପ୍ରବେଶ କରିଛି। ଅନ୍ୟପକ୍ଷରେ ଏହି ପରାଜୟ ଯୋଗୁଁ ସହ ଆୟୋଜକ ୱେଷ୍ଟଇଣ୍ଡିଜ୍ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି। ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ୱେଷ୍ଟଇଣ୍ଡିଜ୍ ୮ ୱିକେଟ୍ ହରାଇ ୧୩୫ ରନ୍ କରିଥିଲା। ଏହାର ଜବାବରେ ଯେତେବେଳେ ଦକ୍ଷିଣ ଆଫ୍ରିକା ୨ ୱିକେଟ୍ ହରାଇ [...]
ଓଡ଼ିଆଟି-୨୦ ବିଶ୍ଵକପ୍: ଆଜି ଭାରତ-ଅଷ୍ଟ୍ରେଲିଆ ଲଢ଼େଇ
ସେଣ୍ଟ ଲୁସିଆ: ଚଳିତ ଟି-୨୦ ବିଶ୍ଵକପ୍ରେ ଆଜି ଏକ ହାଇ ଭୋଲଟେଜ ଲଢ଼େଇରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଭାରତ ଏପର୍ଯ୍ୟନ୍ତ ଖେଳିଥିବା ୨ଟି ଯାକ ମ୍ୟାଚ୍ ଜିତି ୪ ପଏଣ୍ଟ ସହ ଗ୍ରୁପ୍-୧ ଟେବୁଲର ଶୀର୍ଷରେ ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ରବିବାର ଆଫଗାନିସ୍ତାନଠାରୁ ହାରିଯାଇଥିବାରୁ ଚାପରେ ରହିଛି। ଅଷ୍ଟ୍ରେଲିଆ ୨ଟି ମ୍ୟାଚରୁ ଗୋଟିଏ ବିଜୟ ସହ ଦ୍ବିତୀୟ ସ୍ଥାନରେ ରହିଛି। ତେବେ ତୃତୀୟ ସ୍ଥାନରେ ଥିବା ବାଂଲାଦେଶ ବିପକ୍ଷରେ ଆଫଗାନିସ୍ତାନ ଏହାର ଶେଷ ସୁପର-୮ [...]
ଓଡ଼ିଆଟି-୨୦ ବିଶ୍ୱକପ: ସେମିଫାଇନାଲରେ ଇଂଲଣ୍ଡ
ବ୍ରିଜଟାଉନ: ଟି-୨୦ ବିଶ୍ୱକପରେ ରବିବାର ସୁପର-୮ର ଗ୍ରୁପ୍ ୨ର ଏକ ମ୍ୟାଚରେ ଇଂଲଣ୍ଡ ୧୦ ଓ୍ବିକେଟରେ ଆମେରିକାକୁ ହରାଇଛି । ଏଥିସହ ଇଂଲଣ୍ଡ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର୍ ଟସ୍ ଜିତି ଆମେରିକାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ଆମେରିକା ମାତ୍ର ୧୮.୫ ଓଭରରେ ମାତ୍ର ୧୧୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଇଂଲଣ୍ଡ ତରଫରୁ କ୍ରିସ୍ ଜୋର୍ଡାନ ହ୍ୟାଟ୍ରିକ୍ ନେଇଥିଲେ । ଆମେରିକା ପକ୍ଷରୁ ନୀତୀଶ କୁମାର [...]
ଓଡ଼ିଆଶ୍ରୀମନ୍ଦିରରେ ଅନବସର ନୀତି ଆରମ୍ଭ, ଶ୍ରୀଜୀଉଙ୍କ ପ୍ରତିନିଧି ରୂପେ ପୂଜା ପାଇଲେ ପଟିଦିଅଁ
ଅନବସର ସମୟରେ ଶ୍ରୀମନ୍ଦିର ରେ ପୂଜା ପାଆନ୍ତି ପଟିଦିଅଁ। ଏହି ପଟିଦିଅଁ ଚିତ୍ରକର ସେବକ ଙ୍କ ଦ୍ଵାରା ପାରମ୍ପରିକ ରୀତିରେ ଚିତ୍ରିତ ହୋଇଥାନ୍ତି। ଏହି କାର୍ଯ୍ୟ ଶୀତଳ ଷଷ୍ଠୀ ଦିନ ଠାରୁ ଆରମ୍ଭ ହୋଇଥାଏ। ଦୋଳମଣ୍ଡପ ସାହି ଅନ୍ତର୍ଗତ ଚିତ୍ରକର ସାହି ରେ ଦେବୀ ସୁଭଦ୍ରା ଓ ଶ୍ରୀ ବଳଭଦ୍ର ଙ୍କ ପଟ୍ଟି ଦିଅଁ ନିର୍ମାଣ ହେଉଥିବା ବେଳେ, ବାସେଳି ସାହି ଅନ୍ତର୍ଗତ ଚିତ୍ରକର ସାହି (ପଣାପ୍ରିୟା ଗଳି) ରେ ଶ୍ରୀ ଜଗନ୍ନାଥ ଓ ଶ୍ରୀ ପତିତପାବନ [...]
ଓଡ଼ିଆଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
॥ ଅଯୋଧ୍ୟା କାଣ୍ଡ ॥ ବଡଭାଗୀ ବନୁ ଅବଧ ଅଭାଗୀ । ଜୋ ରଘୁବଂସ ତିଳକ ତୁହ୍ମ ତ୍ୟାଗୀ ॥ ଜୌଂ ସୁତ କହୌଂ ସଂଗ ମୋହି ଲେହୁ । ତୁହ୍ମରେ ହୃଦୟଁ ସଂଦେହୁ ॥ ଭାବାର୍ଥ :- ମାତା କୌଶଲ୍ୟା କହିଲେ, ହେ ରଘୁବଂଶ ର ତିଳକ ! ବନ ପ୍ରଦେଶ ବହୁତ ଭାଗ୍ୟବାନ ଆଉ ଏହି ଅବଧପୁରୀ ବହୁତ ଅଣାଗଲା, ଯାହାକୁ ତୁମେ ତ୍ୟାଗ କରିଦେଲ । ହେ ମୋର ଧନ ! ଯଦି [...]
ଗୀତା ଉପଦେଶ: କାମନା ରୂପକ ଚିରନ୍ତନ ଶତ୍ରୁଦ୍ୱାରା ସୁକ୍ଷ୍ମ ବିଚାରବନ୍ତ ବ୍ୟକ୍ତିଙ୍କର ବୁଦ୍ଧି ମଧ୍ୟ ଆଚ୍ଛନ୍ନ ହୋଇଯାଏ

ଓଡ଼ିଆଗୀତା ଉପଦେଶ: କାମନା ରୂପକ ଚିରନ୍ତନ ଶତ୍ରୁଦ୍ୱାରା ସୁକ୍ଷ୍ମ ବିଚାରବନ୍ତ ବ୍ୟକ୍ତିଙ୍କର ବୁଦ୍ଧି ମଧ୍ୟ ଆଚ୍ଛନ୍ନ ହୋଇଯାଏ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମ ସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : ଧୂମେନାବ୍ରିୟତେ ବହ୍ନିର୍ଯଥାଦର୍ଶୋ ମଳେନ ଚ।ଯଥୋଲ୍ୱେନାବୃତୋ ଗର୍ଭସ୍ତଥା ତେନେଦମାବୃତମ୍।ଆବୃତଂ ଜ୍ଞାନମେତେନ ଜ୍ଞାନିନୋ ନିତ୍ୟବୈରିଣା। କାମରୂପେଣ କୈନ୍ତେୟ ଦୁଷ୍ଟୂରେଣାନଲେନ ଚ। ଅର୍ଥାତ:- ଯେପରି ଧୂମ ଦ୍ୱାରା ବହ୍ନି ଆବୃତ୍ତ ରହିଥାଏ, ଧୂଳିଦ୍ୱାରା ଦର୍ପଣ ଅସ୍ପଷ୍ଟ ହୋଇଥାଏ, ଜରାୟୁ ଦ୍ୱାରା ଭୃଣ ଲୁକ୍କାୟୀତ ରହିଥାଏ,ସେହି ପରି କାମନା ଦ୍ୱାରା ମନୁଷ୍ୟର ଜ୍ଞାନ ଆବୃତ ହୋଇଥାଏ ।ହେ କୁନ୍ତିପୁତ୍ର,ଏହି ଅଗ୍ନି ପରି ପ୍ରଜ୍ୱଳିତ,ସର୍ବଦା ଅତୃପ୍ତ କାମନା ରୂପକ [...]
ଓଡ଼ିଆଟି-୨୦ ବିଶ୍ୱକପ: ଆଫଗାନିସ୍ତାନର ଐତିହାସିକ ବିଜୟ, ପ୍ରଥମ ଥର ଅଷ୍ଟ୍ରେଲିଆକୁ ହରାଇଲା
କିଙ୍ଗ୍ସଟାଉନ: ଟି-୨୦ ବିଶ୍ୱକପରେ ରବିବାର ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ସୁପର-୮ ରାଉଣ୍ଡର ଏକ ଗ୍ରୁପ୍ ୧ ମ୍ୟାଚରେ ଆଫଗାନିସ୍ତାନ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୨୧ ରନରେ ହରାଇ ଦେଇଛି। କୌଣସି ବିଶ୍ବକପ୍ (ଦିନିକିଆ ଓ ଟି-୨୦) ଓ ଫର୍ମାଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଆଫଗାନିସ୍ତାନର ଏହା ପ୍ରଥମ ବିଜୟ । ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦୁଇ ଓପନର ରହମନୁଲ୍ଲା ଗୁରବାଜ (୬୦) ଓ ଇବ୍ରାହିମ ଜାଦ୍ରାନ (୫୧)ଙ୍କ ଅର୍ଦ୍ଧଶତକୀୟ ପାଳି [...]
