ଇସ୍ରାଏଲ ଉପରେ ୨୦୦ ମିସାଇଲ୍ ଓ ଡ୍ରୋନ୍ ଦାଗିଲା ଇରାନ
ତେଲ ଅଭିଭ୍: ଇସ୍ରାଏଲ ଉପରେ ଆକ୍ରମଣ କରିଛି ଇରାନ। ଇରାନ ସେନା ଇସ୍ରାଏଲ ଉପରେ ପ୍ରାୟ ୨୦୦ ଡ୍ରୋନ୍ ଏବଂ ମିସାଇଲ ସହ ଆକ୍ରମଣ କରିଛି। ଶନିବାର ବିଳମ୍ବିତ ରାତିରେ ଏହି ଆକ୍ରମଣ ହୋଇଥିବା ଇସ୍ରାଏଲ୍ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଆମେରିକାର ସେନା କିଛି ଡ୍ରୋନକୁ ଗୁଳିକରି ଖସାଇ ଦେଇଥିଲା । ଏହାଛଡ଼ା ଇସ୍ରାଏଲର ଆଇରନ୍ ଡୋମ୍ ମଧ୍ୟ ଇରାନର ଅନେକ ମିସାଇଲକୁ ନିଷ୍ପ୍ରଭ କରି ଦେଇଥିଲା। ଇରାନର ମିସାଇଲ ଓ ଡ୍ରୋନ ଆକ୍ରମଣରେ ଇସ୍ରାଏଲର [...]
ତେଲ ଅଭିଭ୍: ଇସ୍ରାଏଲ ଉପରେ ଆକ୍ରମଣ କରିଛି ଇରାନ। ଇରାନ ସେନା ଇସ୍ରାଏଲ ଉପରେ ପ୍ରାୟ ୨୦୦ ଡ୍ରୋନ୍ ଏବଂ ମିସାଇଲ ସହ ଆକ୍ରମଣ କରିଛି। ଶନିବାର ବିଳମ୍ବିତ ରାତିରେ ଏହି ଆକ୍ରମଣ ହୋଇଥିବା ଇସ୍ରାଏଲ୍ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଆମେରିକାର ସେନା କିଛି ଡ୍ରୋନକୁ ଗୁଳିକରି ଖସାଇ ଦେଇଥିଲା । ଏହାଛଡ଼ା ଇସ୍ରାଏଲର ଆଇରନ୍ ଡୋମ୍ ମଧ୍ୟ ଇରାନର ଅନେକ ମିସାଇଲକୁ ନିଷ୍ପ୍ରଭ କରି ଦେଇଥିଲା।
ଇରାନର ମିସାଇଲ ଓ ଡ୍ରୋନ ଆକ୍ରମଣରେ ଇସ୍ରାଏଲର ସାମରିକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ଜଣେ ବାଳିକା ମଧ୍ୟ ଆହତ ହୋଇଥିବା ଇସ୍ରାଏଲ୍ ସେନା କହିଛି ।
ଇସ୍ରାଏଲ୍ ଗଣମାଧ୍ୟମ ରିପୋର୍ଟ ମୁତାବକ ଇରାନ ଦ୍ବାରା ନିକ୍ଷେପ କିଛି ଡ୍ରୋନ୍ ଓ ମିସାଇଲକୁ ସିରିଆ ଏବଂ ଜୋର୍ଡାନରେ ଗୁଳିକରି ଖସାଇ ଦିଆଯାଇଛି।
ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପରିସ୍ଥିତି ମଧ୍ୟରେ ମଧ୍ୟପ୍ରାଚ୍ୟ ପୁଣି ରକ୍ତ ରଞ୍ଜିତ ହେବା ଆଶଙ୍କା ବଢ଼ିଛି। ଇସ୍ରାଏଲ ଉପରେ ଇରାନର ଆକ୍ରମଣ ନେଇ ଆମେରିକା ଓ ଜାତିସଂଘ ଚିନ୍ତା ପ୍ରକଟ କରିଛନ୍ତିି।
ସୂଚନାଯୋଗ୍ୟ, ଏପ୍ରିଲ ୧ରେ ଇସ୍ରାଏଲ ସିରିଆର ଇରାନ ଦୂତାବାସ ନିକଟରେ ଏୟାର ଷ୍ଟ୍ରାଇକ କରିଥିଲା। ଏଥିରେ ଇରାନର ଦୁଇଜଣ ବରିଷ୍ଠ ସେନା କମାଣ୍ଡରଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ଇରାନ ପ୍ରତିଶୋଧ ନେବାକୁ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଧମକ ଦେଇଥିଲା। ଗତକାଲି ଇରାନ ସେନା ଇସ୍ରାଏଲର ଏକ ଜାହାଜକୁ ମଧ୍ୟ ଜବତ କରିଥିଲା। ଏହି ଜାହାଜରେ ୧୭ ଜଣ ଭାରତୀୟ ଥିଲେ ।
CM Naveen Pays Humble Tributes to Bharat Ratna Dr. B.R. Ambedkar on Birth Anniversary
Next Articleବିଜେପି ଜାରି କଲା ଘୋଷଣାପତ୍ର: ୟୁସିସି, ଏକକାଳୀନ ନିର୍ବାଚନ ଲାଗୁ କରିବାକୁ ପ୍ରତିଶ୍ରୁତି
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
