ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ବିଜେପି ଜାରି କଲା ଘୋଷଣାପତ୍ର: ୟୁସିସି, ଏକକାଳୀନ ନିର୍ବାଚନ ଲାଗୁ କରିବାକୁ ପ୍ରତିଶ୍ରୁତି

ନୂଆଦିଲ୍ଲୀ: ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ରବିବାର ନିଜ ଘୋଷଣାପତ୍ର ଜାରି କରିଛି। ଦଳ ଏହାକୁ ‘ସଂକଳ୍ପପତ୍ର – ମୋଦୀ‌ କି ଗ୍ୟାରେଣ୍ଟି’ ଭାବେ ନାମିତ କରିଛି। ଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳର ନିର୍ବାଚନ ଇସ୍ତାହାର ଉନ୍ମୋଚିତ କରିଛନ୍ତିି। ଏହି ଅବସରରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ‌ ସହ ରାଜନାଥ ସିଂହ, ଅମିତ ଶାହ ଏବଂ ନିର୍ମଳା ସୀତାରମଣ ପ୍ରମୁଖ ଉପସ୍ଥିତି ଥିଲେ। ଘୋଷଣାପତ୍ର ଜାରି କରିବା ପରେ ଉପସ୍ଥିତ [...]

Admin•ଅପ୍ରେଲ 14, 2024
Share Article:

ନୂଆଦିଲ୍ଲୀ: ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ରବିବାର ନିଜ ଘୋଷଣାପତ୍ର ଜାରି କରିଛି। ଦଳ ଏହାକୁ ‘ସଂକଳ୍ପପତ୍ର – ମୋଦୀ‌ କି ଗ୍ୟାରେଣ୍ଟି’ ଭାବେ ନାମିତ କରିଛି। ଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳର ନିର୍ବାଚନ ଇସ୍ତାହାର ଉନ୍ମୋଚିତ କରିଛନ୍ତିି। ଏହି ଅବସରରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ‌ ସହ ରାଜନାଥ ସିଂହ, ଅମିତ ଶାହ ଏବଂ ନିର୍ମଳା ସୀତାରମଣ ପ୍ରମୁଖ ଉପସ୍ଥିତି ଥିଲେ।

ଘୋଷଣାପତ୍ର ଜାରି କରିବା ପରେ ଉପସ୍ଥିତ କିଛି ଲୋକଙ୍କୁ ମଞ୍ଚ ଉପରକୁ ଡ଼ାକି ପ୍ରଧାନମନ୍ତ୍ରୀ ଦଳର ନିର୍ବାଚନ ଇସ୍ତାହାରର କପି ଦେଇଥିଲେ। ଏହି ଲୋକମାନେ ମୋଦୀ ସରକାରଙ୍କ ପୂର୍ବ ଯୋଜନାର ହିତାଧିକାରୀ ବୋଲି କୁହାଯାଇଛି । ଏଥିସହ ଗତ ୧୦ ବର୍ଷରେ ମୋଦୀ ସରକାରଙ୍କ ପ୍ରତିଶ୍ରୁତି ଓ ଏଗୁଡ଼ିକ ପୂରଣ ସମ୍ପର୍କିତ ଏକ ଭିଡ଼ିଓ ମଧ୍ୟ ଜାରି କରାଯାଇଥିଲା ।

ଦଳୀୟ ଘୋଷଣାପତ୍ର ଜାରି କରିବା ପରେ ପ୍ରଧାନମନ୍ତ୍ରୀ ୪୬ ମିନିଟର ଭାଷଣରେ ୭୦ ବର୍ଷରୁ ଊର୍ଦ୍ଧ୍ବ ବୟସର ନାଗରିକ ମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନାର ସୁବିଧା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି – ତାଙ୍କ ତୃତୀୟ କାର୍ଯ୍ୟକାଳରେ ସମାଜର ପ୍ରତ୍ୟେକ ବର୍ଗର ବରିଷ୍ଠ ନାଗରିକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ। ଗରିବଙ୍କ ପାଇଁ ମାଗଣା ରାସନ ଯୋଜନା ୨୦୨୯ ପର୍ଯ୍ୟନ୍ତ ଜାରି ରହିବ | ଏହାଛଡ଼ା ୩ ଲକ୍ଷ ଲୋକଙ୍କୁ ମାଗଣା ଘର ଯୋଗାଇ ଦିଆଯିବ।

ବିଜେପି ନିଜ ଘୋଷଣାପତ୍ରରେ ଏକକ ନାଗରିକ ସଂହିତା (ୟୁସିସି) ଓ ‘ଏକ ଦେଶ ଏକ ନିର୍ବାଚନ’ ଲାଗୁ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି – ଜୁନ୍ ୪ରେ ଫଳାଫଳ ଘୋଷଣା ହେବା କ୍ଷଣି ବିଜେପିର ‘ସଂକଳ୍ପ ପତ୍ର’ ଉପରେ କାମ ଆରମ୍ଭ ହେଇଯିବ। ଲଗାତାର ତୃତୀୟ ଥର କ୍ଷମତାକୁ ଆସିବା ନେଇ ଆଶାବାଦୀ ଥିବା ମୋଦୀ କହିଥିଲେ ତାଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ୧୦୦ ଦିନିଆ କାର୍ଯ୍ୟ ଯୋଜନା ଉପରେ ସରକାର କାମ ଆରମ୍ଭ କରିସାରିଛନ୍ତି। ଦେଶର ଲୋକଙ୍କ ଆଶା, ଆକାଂକ୍ଷା ପୂରଣ କରିବା ହେଉଛି ମୋଦୀଙ୍କ ମିଶନ ବୋଲି ସେ କହିଛନ୍ତିି।

#Odia#Odisha#News
Share Article:

Related Articles