କେବେ ପ୍ରତ୍ୟାହାର ହେବନି ସିଏଏ : ଅମିତ ଶାହ
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବିରୋଧୀ ଦଳ ତୁଷ୍ଟିକରଣ ରାଜନୀତି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତିି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏକ ସାକ୍ଷାତକାରରେ ଶାହ କହିଛନ୍ତି ଯେ ସିଏଏ ଆଇନକୁ କେବେ ବି ପ୍ରତ୍ୟାହାର କରାଯିବ ନାହିଁ। ଦେଶରେ ଭାରତୀୟ ନାଗରିକତା ନିଶ୍ଚିତ କରିବା ଆମର ସାର୍ବଭୌମ ଅଧିକାର ଏବଂ ଆମେ ଏହା ସହ ସାଲିସ କରିପାରିବୁ ନାହିଁ ବୋଲି ଶାହ କହିଛନ୍ତି । ବିରୋଧୀ ଦଳ ତୁଷ୍ଟିକରଣ ରାଜନୀତି କରୁଛନ୍ତି । [...]
ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବିରୋଧୀ ଦଳ ତୁଷ୍ଟିକରଣ ରାଜନୀତି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତିି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏକ ସାକ୍ଷାତକାରରେ ଶାହ କହିଛନ୍ତି ଯେ ସିଏଏ ଆଇନକୁ କେବେ ବି ପ୍ରତ୍ୟାହାର କରାଯିବ ନାହିଁ। ଦେଶରେ ଭାରତୀୟ ନାଗରିକତା ନିଶ୍ଚିତ କରିବା ଆମର ସାର୍ବଭୌମ ଅଧିକାର ଏବଂ ଆମେ ଏହା ସହ ସାଲିସ କରିପାରିବୁ ନାହିଁ ବୋଲି ଶାହ କହିଛନ୍ତି । ବିରୋଧୀ ଦଳ ତୁଷ୍ଟିକରଣ ରାଜନୀତି କରୁଛନ୍ତି । ସିଏଏ ମୁସଲିମ ବିରୋଧୀ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତିି ଶାହ ।
ସିଏଏ ବିଜ୍ଞପ୍ତି ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନକୁ ଶାହ ସମାଲୋଚନା କରିଛନ୍ତିି । ସେ କହିଛନ୍ତି, ‘ସେହି ଦିନ ବେଶି ଦୂର ନୁହେଁ ଯେବେ ବେଙ୍ଗଲରେ ବିଜେପି ସରକାର ଗଢ଼ିବ ଏବଂ ଆମେ ଅନୁପ୍ରବେଶ ବନ୍ଦ କରିବୁ। ଯଦି ଆପଣ (ମମତା ବାନାର୍ଜୀ) ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଏ ପ୍ରକାର ରାଜନୀତି କରିବେ ଏବଂ ତୁଷ୍ଟିକରଣ ରାଜନୀତି ପାଇଁ ଅନୁପ୍ରବେଶକୁ ପ୍ରୋତ୍ସାହିତ କରିବେ, ତେବେ ଜନସାଧାରଣ ଆପଣଙ୍କ ସହ ରହିବେ ନାହିଁ। ମମତା ବାନାର୍ଜୀ ଜଣେ ଶରଣାର୍ଥୀ ଏବଂ ଅନୁପ୍ରବେଶକାରୀଙ୍କ ମଧ୍ୟରେ ପାର୍ଥକ୍ୟ ବୁଝି ପାରୁନାହାଁନ୍ତି ବୋଲି ଶାହ କହିଛନ୍ତି ।
୬ ବର୍ଷ ପରେ ବନବିଭାଗ କ୍ୟାମେରାରେ ଠାବ ହେଲା ବିରଳ କଳା ବାଘ
Next ArticleOdisha Hikes DA For Govt Employees and Pensioners By 4 Percent
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
