ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ବିଜେପିରୁ ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ରଙ୍କ ଇସ୍ତଫା, ବିଜେଡିରେ ଯୋଗଦେଇ ପାରନ୍ତି

ବ୍ରହ୍ମପୁର: ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା ପରେ ଝଟକା ଲାଗୁଛି। ଗଞ୍ଜାମ ଜିଲ୍ଲା ଆସିକାର ପୂର୍ବତନ ବିଧାୟକ ତଥା ଗତଥରର ବିଧାୟକ ପ୍ରାର୍ଥୀ ଦେବରାଜ ମହାନ୍ତି ମଙ୍ଗଳବାର ଦଳରୁ ଇସ୍ତଫା ଦେଇଥିଲେ। ଆଉ ବୁଧବାର ଦଳର ଅନ୍ୟତମ ରାଜ୍ୟସ୍ତରୀୟ ନେତା ତଥା ୨୦୧୯ରେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ଭୃଗୁ ବକ୍ସିପାତ୍ର ଇସ୍ତଫା ଦେଇଛନ୍ତି। ସେ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପଠାଇ ଦେଇଛନ୍ତି। ଦୀର୍ଘ [...]

Admin•ଅପ୍ରେଲ 3, 2024
Share Article:

ବ୍ରହ୍ମପୁର: ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା ପରେ ଝଟକା ଲାଗୁଛି। ଗଞ୍ଜାମ ଜିଲ୍ଲା ଆସିକାର ପୂର୍ବତନ ବିଧାୟକ ତଥା ଗତଥରର ବିଧାୟକ ପ୍ରାର୍ଥୀ ଦେବରାଜ ମହାନ୍ତି ମଙ୍ଗଳବାର ଦଳରୁ ଇସ୍ତଫା ଦେଇଥିଲେ। ଆଉ ବୁଧବାର ଦଳର ଅନ୍ୟତମ ରାଜ୍ୟସ୍ତରୀୟ ନେତା ତଥା ୨୦୧୯ରେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ଭୃଗୁ ବକ୍ସିପାତ୍ର ଇସ୍ତଫା ଦେଇଛନ୍ତି। ସେ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପଠାଇ ଦେଇଛନ୍ତି।

ଦୀର୍ଘ ତିନି ଦଶନ୍ଧିରୁ ଅଧିକ ସମୟ ବିଜେପି ପ୍ରତି ସମର୍ପିତ ଭାବ ସହ କାର୍ଯ୍ୟ କରିବା ସତ୍ତ୍ୱେ ଦଳ ଏବେ ତାଙ୍କୁ ଅଣଦେଖା କରି କୋଣଠେସା କରି ଦେଇଥିବା ଅଭିଯୋଗ କରିଛନ୍ତି ଭୃଗୁ। ସୂଚନାଯୋଗ୍ୟ ଯେ ଜନବିରୋଧୀ ନୀତି ଆପଣାଇ ଲୋକଙ୍କୁ ଚାକିରି ଦେବା ନାଁରେ ଟଙ୍କା ଠକିଥିବା ଗୋପାଳପୁରର ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି ଏଥର ଭୃଗୁଙ୍କ ସ୍ଥାନରେ ଟିକଟ ଦେଇଛି।

ବିଜେପି ରାଜ୍ୟ ଉପସଭାପତି ଥିଲେ ସେ। ବର୍ତ୍ତମାନ ବିଜେଡିରେ ଯୋଗଦେଇ ପାରନ୍ତି ବୋଲି ଆଲୋଚନା ହେଉଛି।

#Odia#Odisha#News
Share Article:

Related Articles