ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଚନ୍ଦ୍ରଶେଖର ସାହୁ ବିଜେଡି ଇସ୍ତାହାର କମିଟି ଅଧ୍ୟକ୍ଷ

ବ୍ରହ୍ମପୁର: ବର୍ତ୍ତମାନ ବ୍ରହ୍ମପୁର ସାଂସଦ ଥିବା ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ଇସ୍ତାହାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକ। ବୁଧବାର ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ସ୍ବାକ୍ଷର ସମ୍ବଳିତ ଏକ ପ୍ରେସ୍ ବିବୃତ୍ତିରେ ଏହା ଦର୍ଶାଯାଇଛି। ଶ୍ରୀ ସାହୁଙ୍କୁ ତତ୍କାଳ ପ୍ରଭାବକ୍ରମେ ଦଳର ରାଜ୍ୟ ଉପସଭାପତି ଭାବେ ମଧ୍ୟ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିଜେଡି ଓଡ଼ିଶା ତଥା ପ୍ରତିଟି ଓଡ଼ିଆଙ୍କ ସ୍ବାର୍ଥ ରକ୍ଷା ପାଇଁ ବିଭିନ୍ନ ଜାତୀୟ [...]

Admin•ଅପ୍ରେଲ 3, 2024
Share Article:

ବ୍ରହ୍ମପୁର: ବର୍ତ୍ତମାନ ବ୍ରହ୍ମପୁର ସାଂସଦ ଥିବା ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ଇସ୍ତାହାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକ। ବୁଧବାର ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ସ୍ବାକ୍ଷର ସମ୍ବଳିତ ଏକ ପ୍ରେସ୍ ବିବୃତ୍ତିରେ ଏହା ଦର୍ଶାଯାଇଛି। ଶ୍ରୀ ସାହୁଙ୍କୁ ତତ୍କାଳ ପ୍ରଭାବକ୍ରମେ ଦଳର ରାଜ୍ୟ ଉପସଭାପତି ଭାବେ ମଧ୍ୟ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିଜେଡି ଓଡ଼ିଶା ତଥା ପ୍ରତିଟି ଓଡ଼ିଆଙ୍କ ସ୍ବାର୍ଥ ରକ୍ଷା ପାଇଁ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ପ୍ରସଙ୍ଗକୁ ଆଗାମୀ ନିର୍ବାଚନରେ ଉପସ୍ଥାପନ କରିବାକୁ ସ୍ଥିର କରିଛି।

#Odia#Odisha#News
Share Article:

Related Articles