ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ଷଷ୍ଠ ତାଲିକା, ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଲଢ଼ିବେ ପ୍ରହ୍ଲାଦ ଗୁଞ୍ଜଲ

ନୂଆଦିଲ୍ଲୀ: କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ଷଷ୍ଠ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ରାଜସ୍ଥାନର ୪ ଓ ତାମିଲନାଡୁର ଗୋଟିଏ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ରାଜସ୍ଥାନର କୋଟାରୁ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଦଳ ପ୍ରହ୍ଲାଦ ଗୁଞ୍ଜଲଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ଅଜମେରରୁ ରାମଚନ୍ଦ୍ର ଚୌଧୁରୀ, ରାଜସମନ୍ଦରୁ ସୁଦର୍ଶନ ରାୱତ, ଭିଲୱାରାରୁ ଦାମୋଦର ଗୁର୍ଜର ଏବଂ ତାମିଲନାଡୁର ତିରୁନେଲଭେଲିରୁ ସି ରୋବର୍ଟ ବ୍ରୁସଙ୍କୁ ପ୍ରାର୍ଥୀ କରିଛି। ସୂଚନାଯୋଗ୍ୟ, ପ୍ରହ୍ଲାଦ [...]

Admin•ମାର୍ଚ୍ଚ 26, 2024
Share Article:

ନୂଆଦିଲ୍ଲୀ: କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ଷଷ୍ଠ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ରାଜସ୍ଥାନର ୪ ଓ ତାମିଲନାଡୁର ଗୋଟିଏ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ରାଜସ୍ଥାନର କୋଟାରୁ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଦଳ ପ୍ରହ୍ଲାଦ ଗୁଞ୍ଜଲଙ୍କୁ ପ୍ରାର୍ଥୀ କରିଛି।

କଂଗ୍ରେସ ଅଜମେରରୁ ରାମଚନ୍ଦ୍ର ଚୌଧୁରୀ, ରାଜସମନ୍ଦରୁ ସୁଦର୍ଶନ ରାୱତ, ଭିଲୱାରାରୁ ଦାମୋଦର ଗୁର୍ଜର ଏବଂ ତାମିଲନାଡୁର ତିରୁନେଲଭେଲିରୁ ସି ରୋବର୍ଟ ବ୍ରୁସଙ୍କୁ ପ୍ରାର୍ଥୀ କରିଛି।

ସୂଚନାଯୋଗ୍ୟ, ପ୍ରହ୍ଲାଦ ଗୁଞ୍ଜଲ ଗୁରୁବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏବଂ ରାଜସ୍ଥାନ କଂଗ୍ରେସ ମୁଖ୍ୟ ଗୋବିନ୍ଦ ସିଂହ ଦୋଟାସାରାଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଥିଲେ।

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ନିକଟତମ ବିବେଚିତ ଗୁଞ୍ଜାଲ ପୂର୍ବରୁ କୋଟା ଉତ୍ତର ଆସନରୁ ଦୁଇଥର ବିଧାୟକ ହୋଇଥିଲେ । କିନ୍ତୁ ଗତ ବିଧାନସଭା ନିର୍ବାଚନରେ ସେ ହାରି ଯାଇଥିଲେ। ସେ ରାଜସ୍ଥାନର ଜଣେ ଟାଣୁଆ ନେତା ‌। ତାଙ୍କ ଆଗମନ ଦ୍ବାରା କଂଗ୍ରେସକୁ ଫାଇଦା ହେବ ବୋଲି ଆଶା କରାଯାଉଛି।ଏପ୍ରିଲ ୧୯ରୁ ୭ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ମୋଟ ୧୯୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି।

#Odia#Odisha#News
Share Article:

Related Articles