ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ତାଲିକା ନେଇ ବଢୁଛି ଉତ୍କଣ୍ଠା : ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଘୋଷଣା ସମ୍ଭାବନା
ଭୁବନେଶ୍ୱର – ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ୧୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ଆଉ ତିନିଟି ଆସନରେ ପ୍ରାର୍ଥୀ ନେଇ ନିଷ୍ପତ୍ତି ନେଇନାହିଁ ବିଜେପି । କଟକ, ଯାଜପୁର ଓ କନ୍ଧମାଳ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ। ଓଡ଼ିଶାରେ ପ୍ରଥମ ଦଳ ଭାବେ ବିଜେପି ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏବେ ସମସ୍ତଙ୍କର ନଜର ରହିଛି ଶାସକ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ତାଲିକା ଉପରେ । [...]
ଭୁବନେଶ୍ୱର – ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ୧୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ଆଉ ତିନିଟି ଆସନରେ ପ୍ରାର୍ଥୀ ନେଇ ନିଷ୍ପତ୍ତି ନେଇନାହିଁ ବିଜେପି । କଟକ, ଯାଜପୁର ଓ କନ୍ଧମାଳ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ।
ଓଡ଼ିଶାରେ ପ୍ରଥମ ଦଳ ଭାବେ ବିଜେପି ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏବେ ସମସ୍ତଙ୍କର ନଜର ରହିଛି ଶାସକ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ତାଲିକା ଉପରେ । ଉତ୍ସୁକତା ବଢ଼ିବାରେ ଲାଗିଛି। ହୁଏ ତ ଦୁଇ ଦଳ ଆଗପଛ ହୋଇ ଚଳିତ ମାସ ଶେଷରେ ଓ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ତାଲିକା ଘୋଷଣା କରିପାରନ୍ତି।
ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ଶାସକ ବିଜେଡିରେ ବ୍ୟାପକ ବିଚାରବିମର୍ଶ ଓ ଆଲୋଚନାର ପର୍ବ ଜାରି ରହିଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଓ ଅନ୍ୟ ବରିଷ୍ଠ ନେତାଏଁ ବିଭିନ୍ନ ସଂସଦୀୟ କ୍ଷେତ୍ରର ସମୀକ୍ଷା କରୁଛନ୍ତି। ଅର୍ଦ୍ଧାଧିକ ଲୋକସଭା ଆସନର ସମୀକ୍ଷା ସରିଛି । ଆଉ କିଛି କ୍ଷେତ୍ରରେ ସମୀକ୍ଷା ବାକି ରହିଛି । ଟିକେଟ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ବୋଧହୁଏ କୈାଣସି ତରବରିଆ ନିଷ୍ପତ୍ତି ନେବାକୁ ଚାହୁଁନି ବିଜେଡି । ତେଣୁ ବିଜେଡିର ଲୋକସଭା ପ୍ରାର୍ଥୀ ତାଲିକା ସାମାନ୍ୟ ବିଳମ୍ବିତ ହୋଇପାରେ । ବିଜେଡି ସୁପ୍ରିମୋ ନିଜର ଅଦ୍ୱିତୀୟ ରଣନୀତି ପାଇଁ ପରିଚିତ । ସବୁବେଳେ ସରପ୍ରାଇଜ୍ ଦିଏ ବିଜେଡି । ଏ ଦୃଷ୍ଟିରୁ ସ୍ୱାଭାବିକ ଭାବେ ବିଜେଡିର ପ୍ରାର୍ଥୀ ତାଲିକା ନେଇ ଅଧିକ ଉତ୍କଣ୍ଠା ସୃଷ୍ଟି ହୋଇଛି ।
ଏଥର ବିଜେଡି ଥିଙ୍କଟ୍ୟାଙ୍କ ପୁରୁଣାଙ୍କୁ ରିପିଟ୍ କରିବେ ନା ନୂଆ ଚେହେରାଙ୍କୁ ମଇଦାନକୁ ଓହ୍ଲାଇବେ, ସେ ନେଇ ଉତ୍ସୁକତା ବଢ଼ିଛି।
ସେହିପରି କଂଗ୍ରେସ ପ୍ରାର୍ଥୀ ତାଲିକାକୁ ମଧ୍ୟ ଅପେକ୍ଷା କରାଯାଇଛି । କିଛି କହୁଛନ୍ତି ଯେ, ଦଳର ପ୍ରାର୍ଥୀ ହେବା ପାଇଁ ନେତାଙ୍କ ଅଭାବ ରହିଛି । ୨୮ ତାରିଖ ବେଳକୁ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବା ସମ୍ଭାବନା ରହିଛି।
ଆସନ୍ତାକାଲି ବିଜେଡିର ଚୂଡ଼ାନ୍ତ ସମୀକ୍ଷା ବୈଠକ ବସିବ ।ଯାଉଛି । ଏହି ବୈଠକରେ ୪ଟି ଲୋକସଭା ଆସନ ନେଇ ସମୀକ୍ଷା ହେବ । ଏପ୍ରିଲ ପ୍ରଥମ ସପ୍ତାହରେ ବିଜେଡି ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା କରିପାରେ ।
ସାରା ରାଜ୍ୟରେ ବାସନ୍ତିକ ପର୍ବ ହୋଲିର ମହକ : ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
Next Articleଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ଷଷ୍ଠ ତାଲିକା, ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଲଢ଼ିବେ ପ୍ରହ୍ଲାଦ ଗୁଞ୍ଜଲ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
